www.samajalive.in
Sunday, December 7, 2025
14.1 C
Bhubaneswar

 ଅସୁରକ୍ଷିତ  ହାତୀ ଛୁଆକୁ  ଉଦ୍ଧାର କଲା ବନ ବିଭାଗ

ନର୍ଲା: ଗତ ଶୁକ୍ରବାର ଦିନ ସକାଳୁ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡି ମାଲ୍ ନିକଟସ୍ଥ ଜଙ୍ଗଲ ପାର୍ଶ୍ଵରେ ଏକ ମାଇ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା ।ପାରିପାର୍ଶ୍ବିକ ଅବସ୍ଥିତିକୁ କୁ ଦେଖି ହାତୀ ଟି ବିଦ୍ୟୁତ୍ ଆଘାତ କାରଣ ରୁ ମରି ଥିବା ଜଣା ପଡୁ ଥିଲେ ମଧ୍ୟ ବନ ବିଭାଗ ମୂଳ କଥା କୁ ସାର୍ବଜନୀନ ନ କରିବା କି ଗଣ ମାଧ୍ୟମ ରେ ପ୍ରକାଶ ନ କରିବା ସାଧାରଣ ରେ ସନ୍ଦେହ ଜାତ ହେଉଛି ।
ଅନ୍ୟପଟେ କ୍ଷୀର ଖାଉଥିବା ଏକ ହାତୀଛୁଆ ମାଁ କୁ ଖୋଜି ଖୋଜି ଉକ୍ତ ଅଞ୍ଚଳ ରେ ବୁଲୁ ଥିବା ଦେଖିବାକୁ ମିଳିଥିଲା । ବନ ବିଭାଗ ର ଟିମ୍ ଦିନ ରାତି ଅନିଦ୍ରା ରହି କି ମଧ୍ୟ ସେହି ଛୁଆ ହାତୀ ର ଗତି ବିଧି ଲକ୍ଷ୍ୟ କରୁ ଥିଲେ। ହେଲେ ଏହି ହାତୀ ଶାବକଟି ଗତ ଦିନରେ ମରିଥିବା ମାଈ ହାତୀର ଛୁଆ ନୁହେଁ ବୋଲି ବନ ବିଭାଗର କହୁଥିବା ଚର୍ଚ୍ଚା ହେଉଥିବା ବେଳେ ପ୍ରକୃତରେ ଏହି ଶାବକର ମାଁ ମୃତ ନା ଜିବୀତ ତାହା ବନ ବିଭାଗ ସ୍ପଷ୍ଟ କରିବା ଉଚିତ୍। ହାତୀ ବିଷୟକୁ ନେଇ ବନ ବିଭାଗ ବିଭିନ୍ନ ସମୟରେ ଲୁଚାଛପା କରୁଥିବା ଜଣାଯାଏ।
ଏପରିକି ବିଗତ ଦିନରେ ମରିଥିବା ମାଈ ହାତୀର ମୃତ୍ୟୁ ର କାରଣ ଏଯାଏଁ ବନ ବିଭାଗ ସ୍ପଷ୍ଟ କରିପାରିନାହିଁ । କେବଳ ସନ୍ଦେହ କରୁଛି । ଏହି ହାତୀ ଶାବକଟି କିପରି ଅବସ୍ଥାରେ ମାଁ ଠାରୁ ଅଲଗା ହେଲା ତାହା ବନ ବିଭାଗକୁ ଅଜଣା । ଆଜି ସକାଳୁ ବନ ବିଭାଗ ର ଏକ ସ୍ବତନ୍ତ୍ର ଟିମ୍ ଭୁବନେଶ୍ଵର ରୁ ଆସି ଡ୍ରୋନ୍ କ୍ୟାମେରା ମାଧ୍ୟମ ରେ ଛୁଆ ହାତୀ ର ଗତି ବିଧି ଲକ୍ଷ୍ୟ କରୁ ଥିଲେ ।ଶେଷରେ ଆଜି ଦିନ ୩ ଟା ସମୟରେ ନିକଟସ୍ଥ ଗାଡିଆ ଜୋର୍ କ୍ଷୁଦ୍ର ଜଳସେଚନ ନିକଟରେ ଟ୍ରାଙ୍କୁଲାଇଜ୍ କରି ହାତୀ ଟି କୁ ଧରି ବାରେ ସଫଳ ହୋଇଛନ୍ତି। ଉକ୍ତ ହାତୀ ଶାବକ କୁ ଛିପୂଲ୍ ଜଙ୍ଗଲ ରେ ଥିବା ନର୍ସରୀ ରେ କଡା ସୁରକ୍ଷା ଭିତରେ ରଖାଯାଇଛି। ହାତୀ ଶାବକଟିର ଚିକିତ୍ସା ଚାଲିଛି, ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ତାକୁ ନନ୍ଦନ କାନନ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories