Patra electronics

ଚାକିଡି ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁ ଜଳବନ୍ଦୀ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଠାରୁ ପ୍ରାୟ ୩୦ କିମି ଦୂରତା ରେ ଥିବା ଚାକିଡି ଗ୍ରାମ ପଞ୍ଚାୟତର ବହୁ ଗାଁ ଏବେ ଜଳବନ୍ଦୀ। ଗତ ତିନି ଦିନ ଧରି ଲଗାଣ ବର୍ଷା ଫଳରେ ଫୁଲଝରା ଓ ବାସିଲକଚା ନିକଟରେ ଥିବା ଛୋଟ ପୋଲ ଗୁଡିକ ବନ୍ୟା ପାଣିରେ ବୁଡିଯାଇଛି। ଫଳରେ ଯାତାୟତ ବିଚ୍ଛିନ୍ନ ହୋଇ ଯାଇଛି। ପ୍ରଶାସନର ସହାୟତା ପାଇଁ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମଣ ମୁର୍ମୁ କହିଛନ୍ତି।

ସେହିପରି ବୁଢାବଳଙ୍ଗ ନଦୀରେ ବନ୍ୟା ସୃଷ୍ଟି ହେବାରୁ କୁସୁମତୋଟା, ଜାମତଳିଆ ଓ ଖଡିଘାଟି ଗ୍ରାମର ଲୋକମାନେ ସମ୍ପୂର୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛନ୍ତି । ଉକ୍ତ ଗ୍ରାମ ଗୁଡିକୁ ପହଞ୍ଚିବା ପାଇଁ ବୁଢାବଳଙ୍ଗ ନଦୀ ପାର ହେବା ହିଁ ଏକମାତ୍ର ରାସ୍ତା। ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ସ୍କୁଲ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସରପଞ୍ଚ ବିକ୍ରମ ମୁର୍ମୁ ଗ୍ରାମବାସୀଙ୍କୁ ଅପିଲ କରିଛନ୍ତି।

Comments are closed.