www.samajalive.in
Friday, December 5, 2025
26.1 C
Bhubaneswar

ଏସ୍‌ସିବିରେ ରେକର୍ଡ: ୧୬୦ ଜଣଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ : ରକ୍ତ କର୍କଟ ରୋଗୀଙ୍କ ସଫଳ ଚିକିତ୍ସା କ୍ଷେତ୍ରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି) ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ୧୬୦ ଜଣଙ୍କ ରକ୍ତକର୍କଟ ରୋଗୀଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍‌ ମାରୋ ଟ୍ରାନ୍ସପ୍ଲାଣ୍ଟ) କରି ଏସ୍‌ସିବିର ରକ୍ତରୋଗ (ହେମାଟୋଲୋଜି) ବିଭାଗ ଭାରତରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି। ଦେଶର ଅନ୍ୟ କୌଣସି ସରକାରୀ ଡାକ୍ତରଖାନାରେ ଏଭଳି ହୋଇନାହିଁ। ଏହା ବିରଳ ରେକର୍ଡ଼ ବୋଲି ହେମାଟୋଲୋଜି ବିଭାଗର ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି।
୨୦୧୪ ଫେବୃଆରୀ ୨୬ରେ ହେମାଟୋଲୋଜି ବିଭାଗରେ ଅସ୍ଥିମଜ୍ଜା ପ୍ରତିରୋପଣ ୟୁନିଟ୍‌ ଆରମ୍ଭ ହୋଇଥିଲା। ମେଡ଼ିକାଲକୁ ଆସିଥିଲା ଅତ୍ୟାଧୁନିକ ଷ୍ଟେମ୍‌ସେଲ୍‌ ଆଥ୍ରେସିମ ମେସିନ, କଣ୍ଟ୍ରୋଲ ରେଟ୍ ଫ୍ରିଜର ଓ ରୋଗୀଙ୍କ ରହିବା ପାଇଁ ହେପାଫିଲ୍‌ଟର ସୁବିଧା ବିଶିଷ୍ଟ ବୋନ ମାରୋ କୋଠରି ନିର୍ମାଣ କରାଯାଇଥିଲା। ପ୍ରଥମ କରି ୨୦୧୪ ଏପ୍ରିଲ ୨୩ ତାରିଖରେ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ କେଦାଶପୁର ଗ୍ରାମର ଶକୁନ୍ତଳା ସାହୁ (୫୪)ଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହିତ କରାଯାଇଥିଲା। ଏହା ଦେଶର ପ୍ରଥମ ସରକାରୀ ଡାକ୍ତରଖାନା ଯେଉଁ ଠାରେ ମାଗଣାରେ ଏହି ସଫଳ ପ୍ରତିରୋପଣ କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେଉଁ ୧୬୦ ଜଣଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ପ୍ରତିରୋପଣ ଅଦ୍ୟାବଧି କରାଯାଇଛି ସେମାନଙ୍କ ମଧ୍ୟରୁ ୮୭ ପ୍ରତିଶତ ରୋଗୀ ସୁସ୍ଥ ଜୀବନଯାପନ କରୁଥିବା ଡାକ୍ତର ​ କହିଛନ୍ତି।
ସୂଚନାଥାଉକି, ଅସ୍ଥିମଜ୍ଜା ପ୍ରତିରୋପଣ ଚିକିତ୍ସା ବ୍ୟବସ୍ଥା ଅତ୍ୟନ୍ତ ବ୍ୟୟ ସାପେକ୍ଷ। ଏଥିପାଇଁ ଘରୋଇ ଡାକ୍ତରଖାନାଗୁଡ଼ିକରେ ୧୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। କାରଣ ବୋନ୍ ଟ୍ରାନ୍ସପ୍ଲାଣ୍ଟ ରୁମ୍‌ ପାଇଁ ଘରୋଇ ଡାକ୍ତରଖାନାଗୁଡ଼ିକ ଦିନକୁ ୧୫ ହଜାର ଟଙ୍କା ଭଡ଼ା ନେଇଥାନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ କଟକ ବଡ଼ା ଡାକ୍ତରଖାନାରେ ଏହି ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories