Patra electronics

ଜାତୀୟ ସ୍ତରୀୟ  କମ୍ୟୁନିଟି  ସଙ୍ଗୀତ କାର୍ଯ୍ୟକ୍ରମରେ  ଯୋଗଦେଲେ ଗାଇଡ କ୍ୟାପଟେନ ଅନସୂୟା ଦେବତା

ରେଙ୍ଗାଲିକ୍ୟାମ୍ପ: ନୂଆଦିଲ୍ଲୀ ସ୍ଥିତ ଭାରତ ସ୍କାଉଟ ଗାଇଡ ର ଜାତୀୟ ମୁଖ୍ୟ କାର୍ଯ୍ୟାଳୟରେ  ଦୀର୍ଘ ସାତ ଦିନ ଧରି ଜାତୀୟ ସ୍ତରୀୟ କାମ୍ୟୁନିଟି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ  ଭାରତର ବିଭିନ୍ନ ରାଜ୍ୟରୁ ୧୬ ଜଣ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ  ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍  ଗାଇଡ ପକ୍ଷରୁ  ଦୁଇଜଣ   ପ୍ରତିନିଧିତ୍ଵ କରିଥିଲେ ।ତନ୍ମଧ୍ୟରୁ ବରଗଡ଼ ଜିଲା ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ,ଟୋପ ର  ବିଜ୍ଞାନ ଶିକ୍ଷୟତ୍ରୀ, ଗାଇଡ କ୍ୟାପଟେନ ତଥା ସମାଜ ସେବୀ ପ୍ରକୃତି ବନ୍ଧୁ ଅନସୂୟା୍ ଦେବତା ଯୋଗ ଦେଇ  ସଙ୍ଗୀତ ଶିକ୍ଷା କରି ସେଥିରେ କୃତିତ୍ୱ ଲାଭ କରି   ମାନପତ୍ର  ପ୍ରାପ୍ତ କରିଥିଲେ ।
ମାନ୍ୟତା ପ୍ରାପ୍ତ ଭାଷା ଗୁଡ଼ିକୁ  ସମ୍ମାନ ଜଣାଇ  ସଙ୍ଗୀତ ମାଧ୍ୟମରେ ସମସ୍ତ  ଭାରତୀୟଙ୍କ ମଧ୍ୟରେ ବିଶ୍ଵ ଭାତୃତ୍ୱର , ଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଥିଲା। ଏଥିରେ ହିନ୍ଦୀ, ମରାଠୀ, ମାଲାୟାଲାମ, ଉର୍ଦ୍ଦୁ, ଖାସି, ନେପାଳୀ, ଆସାମୀ, ତେଲୁଗୁ ଆଦି  ଭାଷାରେ କମ୍ୟୁନିଟି ସଙ୍ଗୀତ ଶିକ୍ଷା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବରେ ଭାରତ ସ୍କାଉଟ୍ ଗାଇଡ ର ନିର୍ଦ୍ଦେଶିକା ଦର୍ଶନା ପାଭାସ୍କର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉପ ନିର୍ଦ୍ଦେଶକ ଅରୁପ ସରକାର, ଉପ ନିର୍ଦ୍ଦେଶକ  ସ୍କାଉଟ୍  ଅମର ,ବି, ଛେତି, ଉପ ନିର୍ଦ୍ଦେଶକ ଗାଇଡ  ସୁରେଖl  ଶ୍ରୀବାସ୍ତବ, ସହକାରୀ ନିର୍ଦ୍ଦେଶକ ବାବଲୁ  ଗୋସ୍ୱାମୀ,  ସିଭାଙ୍ଗି   ସକ୍ସେନା  ଓ  କୁମୁଦ ମେହେରା ସମ୍ମାନିତ  ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ  ଉଦଘାଟନ କରିଥିଲେ । ଉପ ନିର୍ଦ୍ଦେଶକ  ଅରୁପ ସରକାର  ଏହି   ସ୍ବତନ୍ତ୍ର  କାର୍ଯ୍ୟକ୍ରମ ର ମୁଖ୍ୟ  ଥିଲେ।  ତାମିଲନାଡୁ ର ମିନାକ୍ଷୀ ବିଶ୍ୱନାଥନ, ଉତ୍ତର ପ୍ରଦେଶ ର  ଅଞ୍ଜନି କୁମାର ମିଶ୍ର,  ଏମ୍, ପି , ଠାକୁର, ମଧ୍ୟ ପ୍ରଦେଶ ର ରେଖା ଭଦୋରିଆ ପ୍ରମୁଖ ସଙ୍ଗୀତ ଶିକ୍ଷା ଦେଇଥିଲେ ।  ଜାତୀୟ ମୁଖ୍ୟ କାର୍ଯ୍ୟାଳୟ, ଭାରତ  ସ୍କାଉଟ୍ ଗାଇଡ ର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

Comments are closed.