Patra electronics

କୋଟିଆ ରେ ବୁଲିଲା ସୁଭଦ୍ରା ସଚେତନତା ରଥ

ପଟାଙ୍ଗି : ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ପଟାଙ୍ଗି ବ୍ଳକ ପ୍ରଶାସନ ପକ୍ଷରୁ  ଗତ୧୩ ତାରିଖରୁ ୧୬ ତାରିଖ ଯାଏଁ ଦୀର୍ଘ ୪ ଦିନ ଧରି ବ୍ଳକର ୧୪ ପଞ୍ଚାୟତ ପରିଭ୍ରମଣ କରି ସୁଭଦ୍ରା ଯୋଜନା ଉପରେ ସଚେତନତା କରିଥିବା ବେଳେ ଶେଷ ଦିନରେ କୋଟିଆ ପଞ୍ଚାୟତରେ ବୁଲି ପ୍ରଚାର ଶେଷ କରିଛି।
ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ରେ ଏହି ଯୋଜନା ର ଶୁଭାରମ୍ଭ କରିବେ। ଏଥିପାଇଁ ଜିଲାର ପ୍ରତ୍ୟେକ ସ୍ଥାନରେ ଆଡମ୍ବର ସହକାରେ କାର୍ଯ୍ୟ କ୍ରମ ର ସଫଳ ପାଇଁ ଯୋରଦାର ଆୟୋଜନ ଚାଲିଛି। କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମ ପୁଞ୍ଜ ବୁଲିବା ପରେ ପଞ୍ଚାୟତ ସଦର ମହକୁମାରେ ନାଚଗିତ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମକୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ, ବ୍ଳକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ, ସରପଞ୍ଚ ଲିୟୁ ଗେମେଲ, ଅଙ୍ଗନବାଡ଼ି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ,ଏପିଓ ସୌମେନ୍ଦ୍ର ନାୟକ, ଡବ୍ଲୁଇଓ ଅନୀଲ କୁମାର ସେଠୀ, ଜିପିଓ ଦିବାକର ପୁରୋହିତ ଙ୍କ ସମେତ ବ୍ଳକ ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। କୋଟିଆ ଥାନା ଅଧିକାରୀ ଆର କେ ଶବର ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ସଚେତନତା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Comments are closed.