www.samajalive.in
Wednesday, November 12, 2025
17.1 C
Bhubaneswar

ଦୁର୍ଗମ ମେର୍ଡିକୁପାରେ ଡାଇରିଆ ଆତଙ୍କ : ୩ ଦିନରେ ୧୫ ଆକ୍ରାନ୍ତ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲାର ସୀମାନ୍ତ ତଥା ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ର ଦୁର୍ଗମ ମେର୍ଡିକୁପା ଗାଁରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି। ଗତ ୩ ଦିନ ମଧ୍ୟରେ ଏହି ଗାଁର ପ୍ରାୟ ୧୫ରୁ ଅଧିକ ଲୋକ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ଗାଁର ମାଥିଉ ନାଏକଙ୍କୁ ରାୟଗଡ଼ା ଜିଲ୍ଲା ବିଷମକଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଦଇ ନାଏକ, ଶକୁନ୍ତଳା ନାଏକଙ୍କୁ ବିଶ୍ୱନାଥପୁର, ସୁମିତ୍ରା ନାଏକଙ୍କୁ ଅମ୍ବାଦଳା ହସ୍ପିଟାଲ, ତ୍ରିନାଥ ନାଏକ, କୌଶଲ୍ୟା ନାଏକ, ରାଇଧର ନାଏକ, ଗୁରୁବାରୁ ନାଏକ, କିରଣ ନାଏକଙ୍କୁ ନର୍ଲା ସ୍ଥାନାନ୍ତର କରାଯାଇଛି। ସେହିପରି ସରିତା ନାଏକ, ସାଲେଡି ନାଏକ, ଇତେଶ ନାଏକ, ପୂର୍ଣ୍ଣ ନାଏକ, ସରୋଜିନୀ ପାତ୍ର, ଗୋପୀ ପାତ୍ର ପ୍ରମୁଖ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଓ ସମାଜସେବୀ ହରିଶଙ୍କର ପାତ୍ର ଗାଁରେ ପହଂଚିବା ସହିତ ପରିସ୍ଥିତିର ତଦାରଖ କରିବା ସହିତ ରୋଗୀମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories