www.samajalive.in
Saturday, December 6, 2025
26.1 C
Bhubaneswar

ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍‌‌ କଟକଣା; ଜାଣନ୍ତୁ କେଉଁ ରାସ୍ତା ଦେଇ ଯିବେ

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା ମଇଦାନରେ ସୁଭଦ୍ରା ଯୋଜନାରେ ହିତାଧିକାରୀରୁ ପ୍ରଥମ କିସ୍ତି ବଣ୍ଟନ କରିବେ। ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍‌‌ ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୁଲିସ। ଲୋକଙ୍କ ଯିବା ଆସିବା ଓ ଗାଡି ପାର୍କିଂ ପାଇଁ କଟକଣା ଜାରି କରାଯାଇଛି। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ଲାଗୁ ହେବ।

ଏହି ରାସ୍ତାରେ କଟକଣା:
ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ ଯାତାୟତ ପାଇଁ କଟକଣା ରହିବ
କ୍ରାଉନ ହୋଟେଲ ଓ ଆଚାର୍ଯ୍ୟ ବିହାରଠାରୁ ସର୍ଭିସ୍‌‌ ରାସ୍ତାରେ ଗାଡି ଜୟଦେବ ବିହାର ଆଡକୁ ଯିବନାହିଁ
ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯାଇ ଗୁରୁକେଳୁ ଚରଣ ପାର୍କକୁ ଯିବ, ସେଠାରୁ ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାରକୁ ଯାଇପାରିବେ।
ଶିଖରଚଣ୍ଡିରୁ ପଥର ଗାଡିଆ ଦେଇ ଡିଏନ୍‌‌ ସ୍କୁଲଠାରୁ ବାହାରି କଳିଙ୍ଗ ଷ୍ଟୁଡିଓ ଛକ ଦେଇ ଫାୟାର ଷ୍ଟେସନ ଛକରେ ପହଞ୍ଚି ପାରିବେ।
ଜୟଦେବ ବିହାରରୁ ନନ୍ଦନକାନନ ଯାଉଥିବା ଗାଡି ଆଚାର୍ଯ୍ୟବିହାର ଦେଇ ସୈନିକ ସ୍କୁଲ ଦେଇ ଗୁରୁ କେଳୁଚରଣ ପାର୍କ ପଟେ ଡମଣା ଛକରେ ବାହାରିବେ।
ଫାୟାର ଷ୍ଟେସନ ଛକରୁ କଳିଙ୍ଗ ଷ୍ଟୁଡ଼ିଓ ଛକ ରାସ୍ତା ପଟେ ଡିଏନ୍‌‌ ସ୍କୁଲରୁ ପଥରଗାଡିଆ ଦେଇ ଶିଖରଚଣ୍ଡିରେ ବାହାରିପାରିବେ।
କଟକ ପଟୁ ଆସୁଥିବା ଏନଏଚ-୩୧୬ ଦେଇ ଭୁବନେଶ୍ୱର ଆଡକୁ ଆସିପାରିବେ କିମ୍ବା ନନ୍ଦନକାନନ ରାସ୍ତା ଦେଇ ଆସିପାରିବେ।
ବେହେରା ସାହି ଆଡୁ ଜୟଦେବ ବିହାର ଆଡକୁ ଆସୁଥିବା ଯାନବାହନ ଗୁଡିକ ଜୟଦେବ ବିହାର ଆଡକୁ ନଯାଇ ବେହେରା ସାହିଠାରୁ ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ।
ଏହି ସମୟରେ କଟକ ପଟୁ ଆସୁଥିବା ଯାନବାହାନ ଗୁଡିକ ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଶେଷ ଠାରେ ଥିବା କଟ ଦେଇ ସର୍ଭିସ ରୋଡ ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ ନାହିଁ।
ମୋଦୀଙ୍କ ଗସ୍ତ ଲାଗି ଜାରି ହୋଇଥିବା ଟ୍ରାଫିକ କଟକଣାରୁ ଜରୁରୀକାଳୀନ ସେବା ଫାୟାର ବ୍ରିଗେଡ ଓ ଆମ୍ବୁଲାନ୍ସକୁ ବାଦ ଦିଆଯାଇଛି।

- Advertisement -

 

 

 

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories