Patra electronics

କନ୍ଦାଗାଡ଼ ଗାଁରେ ଝାଡ଼ାବାନ୍ତିରେ ୨ ମୃତ

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ କନ୍ଦାଗାଡ ଗାଁରେ ତିନି ଦିନ ହେଲା ଝାଡ଼ାବାନ୍ତି ବ୍ୟାପୀ ଦୁଇଜଣଙ୍କ ମୃତ୍ୟୁ ହୋଇଛି। କନ୍ଦାଗାଡ଼ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ଖବର ପାଇବା ପରେ ଆଜି  ସେହି ଗାଁକୁ ଯାଇ ଗ୍ରାମବାସୀଙ୍କ ସହିତ ଏକ ସ୍ବତନ୍ତ୍ର ଡାକ୍ତରୀଦଳ ଆଲୋଚନା କରିଥିଲେ। ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହିତ କାର୍ଯ୍ୟରତ ଡାକ୍ତରୀଦଳ  ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। କଣ୍ଟାବାଞ୍ଜି ବରିଷ୍ଠ ବିଜେଡି ନେତା ଅଜୟ ଦାସ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଡାକ୍ତରୀ ବିଶେଷଜ୍ଞ ଦଳ ପଠାଇ ଚିକିତ୍ସା କରାଇଥିଲେ। ଏହାସହ ଗାଁରେ ଶୁଦ୍ଧପିଇବା ପାଣି ଯୋଗାଇ ଦିଆଯାଇଛି।

Comments are closed.