Patra electronics

ହାତୀ ଛୁଆ ଉଦ୍ଧାର

ଭବାନୀପାଟଣା : ନର୍ଲା ରେଞ୍ଜ ଅନ୍ତର୍ଗତ ସମରକଟା ନିକଟରୁ ବନ କର୍ମଚାରୀମାନେ ଏକ ହାତୀ ଛୁଆ ଉଦ୍ଧାର କରିଛନ୍ତି। ଛୁଆ ହାତୀର ବୟସ ପ୍ରାୟ ୧ ବର୍ଷ ବୋଲି ଆକଳନ କରାଯାଇଛି। ହାତୀ ଛୁଆଟି ଆଖ ପାଖ ଅଞ୍ଚଳର ଫସଲ ନଷ୍ଟ କରୁଥିବାରୁ ବନ୍ୟପ୍ରାଣୀ ବିଭାଗ ଏବଂ ପ୍ରାଣୀଧନ ବିଭାଗର ଏକ ପ୍ରଶିକ୍ଷିତ ଟିମ ଆଜି ଡ୍ରୋନ କ୍ୟାମେରାରେ ତାକୁ ଠାବ କରିବା ପରେ ଟ୍ରାଙ୍କୁଲାଇଜ୍ କରି ହାତୀ ଛୁଆକୁ ଧରିଥିଲେ। ତାକୁ ବର୍ତ୍ତମାନ ନର୍ଲା ନିକଟସ୍ଥ ଚିପୁଲ ନର୍ସରୀରେ ରଖାଯାଇଛି। ଏଇ ହାତୀ ଛୁଆଟି କିଛି ଦିନ ତଳେ ରେଗଡିମାଲ ନିକଟରେ ମୃତ ମାଈ ହାତୀର ଛୁଆ ବୋଲି କୁହାଯାଉଛି। ଆସନ୍ତାକାଲି ତାକୁ ନନ୍ଦନକାନନ ନିଆଯିବ ବୋଲି ଜଣାପଡିଛି।

Comments are closed.