www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱପ୍ନରେ ଦେଖିନଥିବେ ଏଭଳି ମାଟିର ଘର; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ସହରର କୋଳାହଳ ଜୀବନରୁ କିଛି ସମୟ ବାହାର କରି ଶାନ୍ତିରେ ରହିବାକୁ ସମସ୍ତେ ପ୍ରାୟତଃ ପସନ୍ଦ କରନ୍ତି। ମାନସିକ ଚାପ ଏବଂ ଚିନ୍ତାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକାମାନେ କାମରୁ ବିରତି ନେଇ ସବୁଜ ଉପତ୍ୟକା ଏବଂ ଉଚ୍ଚ ପର୍ବତକୁ ବୁଲିଯିବା ପାଇଁ କିଛି ଲୋକ ଖୁବ ଭଲ ପାଆନ୍ତି। କୋଳାହଳ ଓ ପ୍ରଦଷିତ ପରିବେଶରୁ ମାନସିକ ଶାନ୍ତି ପାଇବା ପାଇଁ କିଛି ଲୋକମାନେ ପର୍ବତରେ ନିଜର ଘର ନିର୍ମାଣ କରିବାକୁ ସ୍ୱପ୍ନ ଦେଖିବା ସହ ଘର କରୁଛନ୍ତି। କଳାକାର-ବାସ୍ତୁକାର ଯୋଡି ଭାବେ ଜଣାଶୁଣା ଦୁଇ ଭାଇ ଅଂଶ ଏବଂ ରାଘବ କୁମାର ଏଭଳି ସ୍ୱପ୍ନର ଘର କରି ସମସ୍ତଙ୍କ ପାଖରେ ପ୍ରଶଂସାଯୋଗ୍ୟ ହୋଇପାରିଛନ୍ତି। ଦୁହେଁ ସହରର ଭିଡଠାରୁ ପାହାଡ ଉପରେ ଏକ ମାଟିର ସୁନ୍ଦର ଘର ନିର୍ମାଣ କରିଛନ୍ତି। ଯେତେବେଳେ ଆପଣ ଏହି ମାଟିଘରକୁ ଦେଖିବେ ତେବେ ଆପଣଙ୍କ ହୋସ୍‌‌ ନିଶ୍ଚିତ ଉଡିଯିବ। କାହିଁକି ମାଟିଘର ଏଭଳି ନିର୍ମାଣ କରିଛନ୍ତି ଚାଲନ୍ତୁ ଜାଣିବା।
ସହରର ଭିଡଠାରୁ ଦୂରରେ ପ୍ରକୃତିର କୋଳରେ ନିର୍ମିତ କାଦୁଅ ଘର। ଦିଲ୍ଲୀର ରାଘବ ଏବଂ ଅଂଶ ସହରୀ ଜୀବନ ଛାଡି ପର୍ବତ ଆଡକୁ ଯିବାକୁ ସ୍ଥିର କରିଥିଲେ। ନିଜ ହାତରେ ପ୍ରାକୃତିକ ଘର ନିର୍ମାଣ କରିବାକୁ ସେମାନେ ସ୍ଥିର କରିଥିଲେ। ଯେଉଁଠାରେ ମାନସିକ ଏବଂ ଶାରୀରିକ ସୁସ୍ଥ ଅନୁଭବ କରିପାରିବେ। ଅନେକ ସ୍ଥାନ ପରିଦର୍ଶନ କରିବା ପରେ ସେମାନେ ସିମେଣ୍ଟରେ ଘର ନିର୍ମାଣ ହେଉଥିବା ଦେଖିଥିଲେ। ଅନେକ ସ୍ଥାନ ବୁଲିବା ପରେ ଋଷିକେଶ ନିକଟସ୍ଥ ଉମ୍ରିସେନର ଏକ ପର୍ବତ ଉପରେ ଜମି ଦେଖିଥିଲେ। ସେଠାକାର ପରିବେଶ, ପାଣିପାଗ, ଜଳବାୟୁ ନେଇ ତଦାରଖ କରିବା ପରେ ଘର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ।
ଏହାପରେ ରାଘବ ଏବଂ ଅଂଶ ମାଟି ଘରର ପରିକଳ୍ପନା ପ୍ରକ୍ରିୟା ଆରମ୍ଭ କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପ୍ରକଳ୍ପରେ ପ୍ରାୟ ୧୮ଟି ଦେଶର ୯୦ରୁ ଅଧିକ ଲୋକ ନିର୍ମାଣ କାର୍ଯ୍ୟରେ ଲାଗିଥିଲେ। ୫୪୭ଦିନ ମଧ୍ୟରେ ମାଟିଘରଟି ସମୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିଲା। ଘରଟି ପ୍ରାୟ ୬୦୦ବର୍ଗଫୁଟରେ ନିର୍ମିତ ହୋଇଛି। ଏହାକୁ ନିର୍ମାଣ କରିବା ପାଇଁ ମଥର ଓ ମାଟିର ବ୍ୟବହାର କରାଯାଇଛି। ଘରଟି ନିର୍ମାଣ ହେବା ପରେ ଏତେ ସୁନ୍ଦର ହୋଇଛି ଯେ ତାହାକୁ ଦେଖିଲେ କେଉଁ କାହାଣୀର ଘରଠାରୁ କମ୍‌‌ ଲାଗେ ନାହିଁ। ଏହି ଘରକୁ ବାଉଁଶ, ଟୋକେଇ, କାଠ ସିଡି, ବର୍ଜ୍ୟବସ୍ତୁ ସ୍ଲେଟ୍‌‌ ଟେବୁଲ୍‌‌, କାଠ ମନ୍ଦିର ସହିତ ସଜ୍ଜିତ କରାଯାଇଛି। ଏହି ଘରୁ ଆପଣ ସୁନ୍ଦର ସବୁଜ ଉପତ୍ୟକା ଏବଂ ପ୍ରବାହିତ ଗଙ୍ଗାର ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ପାଇବେ। ଯଦି ଆପଣ ଋଷିକେଶକୁ ଯାଆନ୍ତି ତେବେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମାଟିଘରକୁ ଦେଖିବାକୁ ଭୁଲନ୍ତୁ ନାହିଁ।

 

View this post on Instagram

 

A post shared by Tiny Farm Lab (@tinyfarmlab)

- Advertisement -

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories