Patra electronics

ରାସ୍ତା ନ ଥିବାରୁ ଜୀବନ ଗଲା 

ଫୁଲବାଣୀ/ବାଲିଗୁଡ଼ା :  କନ୍ଧମାଳ ଜିଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ବାଡିପଙ୍ଗା ଗାଁରେ ଏକ ଅଭାବନୀୟ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି l ଆଜି ଦୁର୍ଗାପାଙ୍ଗା ଗ୍ରାମ ପଞ୍ଚାୟତ ବାଡିପାଂଗା ଗାଁର ବାୟା ରାଇତଙ୍କ ୨୫ ବର୍ଷୀୟା ପୁଅ ଶ୍ରୀକାନ୍ତ ରଇତଙ୍କ ଅକାଳେ ଜୀବନ ପ୍ରଦୀପ ଲିଭିଯାଇଛି l ଶ୍ରୀକାନ୍ତଙ୍କ ଦେହ ଖରାପ ହେବାରୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଗାଁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା । ଶେଷରେ ଗ୍ରାମବାସୀ ଏକ ଖଟିଆରେ ଶ୍ରୀକାନ୍ତଙ୍କୁ ବୋହି ଆଣି କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଶ୍ରୀକାନ୍ତ ମୃତ୍ୟୁ ବରଣ କରିଥିଲେ l ରାସ୍ତା ଖରାପ ଯୋଗୁଁ ଶ୍ରୀକାନ୍ତଙ୍କୁ ମେଡିକାଲରେ ପହଞ୍ଚିବା ବିଳମ୍ବ ଯୋଗୁଁ ଚିକିତ୍ସା ସେବା ନପାଇ ତାଙ୍କର ମୃତ୍ୟୁ ହୋଇଛି । ରାସ୍ତା ଥିଲେ ହୁଏତ ତାଙ୍କ ଜୀବନ ବଞ୍ଚି ଯାଇଥାଆନ୍ତା  ବୋଲି  ଗ୍ରାମବାସୀ ପ୍ରକାଶ କରିଛନ୍ତି l ସୂଚନାଯୋଗ୍ୟ କୋଟଗଡ଼ ବ୍ଲକର ଦୁର୍ଗାପାଙ୍ଗl ଗ୍ରାମ ପଂଚାୟତରେ ରାସ୍ତା କାମ ନାଁରେ କୋଟିଏରୁ ଉର୍ଦ୍ଧ୍ବ ଘୋଟାଲା ହୋଇଛି ବୋଲି ପୂର୍ବରୁ ଅନେକ ଥର ଅଭିଯୋଗ ଆସିଛି । ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ପୂର୍ବରୁ ଦାବି ହୋଇଛି l

 

Comments are closed.