Patra electronics

ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନୂଆଁଖାଇ ଭେଟଘାଟ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଏକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷାବିତ  ରାମଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଯୁବ ସଂଗଠକ ଗିରିରାଜ ମାଝୀ ବିଜେପି ଜିଲା ସଭାପତି ଶିବାଜୀ ମହାନ୍ତି  ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ବେହେରା ସାଧାରଣ ସମ୍ପାଦକ ବେଦବ୍ୟାସ ନାଗ ମଞ୍ଚାସୀନ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଂଗଠନ ଆଦିବାସୀ ସମାଜ ସଭାପତି ଗୋବିନ୍ଦ ବ6ର୍ଗ ଯାଦବ ସାମଜ ତରଫରୁ ଘନଶ୍ୟାମ ଗହୀର ମାଳି ସମାଜ ତଥା କଣ୍ଟାବାଞ୍ଜି ଜିଲା ସଂଘର୍ଷର ସଭାପତି ଶେଷଦେବ ପୁଟେଲ, ଅଗ୍ରବାଲ ସଭା ତରଫରୁ କୈଳାଶ ଅଗ୍ରବାଲ, ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଗୋବିନ୍ଦ ତାଣ୍ଡି ,ବ୍ରାହ୍ମଣ ସମାଜ ସଭାପତି ତଥା ବରିଷ୍ଠ ଆଇନଜୀବୀ ବ୍ରଜ ଶ୍ୟାମ ଗୁରୁ ,ଧୂବା ସମାଜ ପକ୍ଷରୁ ଚମାର ସେଟ ଭୁଲିଆ ସମାଜ ପକ୍ଷରୁ ଯୁବରାଜ ମେହେର ଜୈନ ସମାଜ ର ଘାସି ରାମ ଜୈନ ପ୍ରମୁଖ ଉପସ୍ଥିତ ରହି ନୂଆଖାଇ ପୂଜା ଅର୍ଚନା ମା ଦୁଆରଶନି ମନ୍ଦିର ପୂଜାରୀ ଶ୍ରୀଧର ମାଝୀ କୁଣ୍ଡାଚୁରା କରି ନୂଆଖାଇ ବିଧି ବିଦ୍ଧ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ତା ପରେ ବିଭିନ୍ନ ସଂଗଠନ ପକ୍ଷରୁ ଆସିଥିବା ଅତିଥି ମନକୁ ବିଧାୟକ ଶ୍ରୀ ବାଗ ଏବଂ ଅନୁଷ୍ଠାନ ପକ୍ଷରୁ ସମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କୃଷ୍ନ ମୁଖୀ କଲାପରିସଦ ବହୁତ ସୁନ୍ଦର ଘୁଡକା ନାଚ ପରିବେଷଣ କରିଥିଲେ ଅନ୍ୟ ଏକ ଟ୍ରୋପ ନଟରାଜ କଲାପରିସଦ ଭଲ ପ୍ରଦର୍ଶନ କରିବ ପରେ କଣ୍ଟାବାଞ୍ଜି ସ୍ଥାନୀୟ ମହିମା ସାଗର ମଧ୍ଯ ନୃତ୍ୟ ପରିବେଷଣ କରି ମନୋରଞ୍ଜନ କରିଥଲେ। କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ମନୀଷ ଠାକୁର, ବିକାଶ ବ6ର୍ଗ ,ମନୋଜ ବେହେରା, ଗଙ୍ଗା ପୁଟେଲ, ବାବୁ ସିଂ,ଗଣେଶ ପୂଜା ସଭାପତି ବିଜୟ ପୁଟେଲ, ପୂଜାର୍ଚ୍ଚନାରେ ଲାଲୁ ଖରସେଲ,ଶୃଙ୍ଖଳା ଦାୟିତ୍ଵ ରେ ଗୁଲୁ ବେହେରା, ସୋଭିତ ଖାସ୍, କିଶୋର ମେହେର ଯାବତ୍ ବେହେରା ଦୀପକ ସଲାମ, ରଙ୍କ ପାଣିଗ୍ରାହୀ, ଭୁବନେଶ୍ବର ଏବଂ ବହୁତ୍ ସଦସ୍ୟ ଉପସ୍ଥିତ ଥିଲେ।ଞ୍ଚ ଶୋଭା ବଢେଇ ସମ୍ବଲପୁର ରୁ ଅଙ୍କିତା ସିଂ ମଞ୍ଚ ପରିଚାଳନା କରିଥିଲେ ଅନ୍ତିମ ପର୍ଯ୍ୟାୟରେ ସମ୍ପାଦକ ବେଦବ୍ୟାସ ନାଗ ମଞ୍ଚାସୀନ ଅତିଥିବୃନ୍ଦ ଙ୍କୁ ଏବଂ ମନୋରଞ୍ଜନ କରିଥିବା ସାଂସ୍କୃତିକ ଅନୁଷ୍ଠାନ ତଥା ସମସ୍ତ ମିଡିଆ ସଂଯୋଜକ ପୋଲିସ ପ୍ରଶାସନ ଜନସାଧାରଣଙ୍କୁ ଧନ୍ୟବାଦ ଦେଇ ଆଗାମୀ ଦିନରେ ଆହୁରି ଧୂମ୍ ଧାମରେ ନୂଆଖାଇ ଭେଟଘାଟ ପାଳନ କରିବା ଆଗ୍ରହ ପ୍ରକାଶ କରି କର୍ଯକର୍ମର କୁ ସାଙ୍ଗ କରାଯାଇଥିଲା।

Comments are closed.