ପ୍ରଥମ ଶ୍ରାବଣ ସୋମବାରରେ ସ୍ୱାମପାଟଣା ଗେରୁଆମୟ
ପାଟଣା: ଆଜି ଶ୍ରାବଣ ପ୍ରଥମ ସୋମବାର ପାଇଁ ପାଟଣା ବ୍ଲକ ମୁଖ୍ୟାଳୟ ସମେତ ତୁରୁମୁଙ୍ଗା, ରାଜନଗର, ଭୀମକୁଣ୍ଡ ଆଦି ବୈତରଣୀତଟ ଗେରୁଆମୟ ହୋଇ ଯାଇଥିଲା। ହଜାର ହଜାର ସଂଖ୍ୟାରେ ବୋଲବମ ଭକ୍ତ କାଉଡ଼ିଆ ମାନେ ପାଟଣା ବୈତରଣୀ ତଟ ଅନସୂୟା ଘାଟରେ ପୂଜା ପାଠ ସହ ଜଳ ସଂଗ୍ରହ କରି ସ୍ଥାନୀୟ ଆନନ୍ଦେଶ୍ୱର ଓ ପରମେଶ୍ବର ମନ୍ଦିର, ବାରାହଟିପୁରା ନୀଳକଣ୍ଠେଶ୍ୱର ମନ୍ଦିର, ସିଲିପଦା ମନ୍ଦିର, ଆଦି ବିଭିନ୍ନ ଶୈବ ପିଠାରୁ ଜଳଭାର ଧରି ଯାତ୍ରାରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଯାନବାହନରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ମାନେ ଏଠାରେ ଭିଡ଼ ଲଗାଇବା ଘଟଣା ପାଟଣା ଅଞ୍ଚଳରେ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି କରିଥିଲା।
Comments are closed.