www.samajalive.in
Monday, December 15, 2025
15.1 C
Bhubaneswar

ଚୌଦ୍ୱାରରେ ନୂତନ ଶିଳ୍ପ ପ୍ରତିଷ୍ଠା ଦାବିରେ ଦସ୍ତଖତ ଅଭିଯାନ

ଚୌଦ୍ୱାର: ଶିଳ୍ନନଗରୀ ବୋଲାଉଥିବା ଚୌଦ୍ୱାର ସହର ଓ ଏହାର ଆଖପାଖରେ ଗଢିଉଡିଥିବା ଶିଳ୍ପାଞ୍ଚାଳରେ ପ୍ରାୟ ସମସ୍ତ ଶିଳ୍ପ ଦୀର୍ଘ ବର୍ଷା ହେବ ବନ୍ଦ ହୋଇ ପଡିରହିଛି । ଫଳରେ ଚୌଦ୍ୱାର ଏବେ ଶିଳ୍ପ ଶୁନ୍ୟ ହୋଇପଡିଛି । ଦିନକୁ ଦିନ ବେରୋଜଗାର ବଢିବାରେ ଲାଗିଛି । ଚୌଦ୍ୱାରରେ ପ୍ରତିଷ୍ଠା ଲାଭ କରିଥିବା ବିଭିନ୍ନ ଶିଳ୍ପନୁଷ୍ଠାନ ପ୍ରାୟ ୧୨୦୦ ଏକର ଜମିରେ ନୁତନ ଶିଳ୍ପ ପ୍ରତିଷ୍ଠା ସହିତ ଚୌଦ୍ୱାରର ପୁର୍ବ ଅସ୍ମିତା ଫେରିପାଇବା ଦାବିରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ସୋମବାର ଠାରୁ ସ୍ଥାନୀୟ ଥର୍ମାଲ ରୋଡ ସ୍ଥିତ କାଳୀ ମନ୍ଦିରରୁ ଆରମ୍ଭ କରାଯାଇଛି ।

ଭାଜପା ରାଜ୍ୟ ରାଜ୍ୟ ସାଧାରଣ ସଂପାଦକ, ଓବିସି ମୋର୍ଚ୍ଚା ଓ ସଚେତନ ନାଗରିକ ମଞ୍ଚ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ,ବୈଷୟିକ ଶିକ୍ଷା ଓ ଶିଳ୍ପମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଟିିଏମ ଜାଗାରେ ୱେଲସ୍ପନ କମ୍ପାନୀ ଯଥାଶିଘ୍ର କାର୍ଯ୍ୟକ୍ଷମ କରିବା, ବନ୍ଦ ପଡିଥିବା ବିଲ୍ଟ କାଗଜ କଳ,ଲିର୍ବା କାର୍ପେଟ ଆଦି ସ୍ଥାନରେ ନୁତନ ଶିଳ୍ପ ପ୍ରତିଷ୍ଠା ଓ ଗୋପାଳପୁର ଶିଳ୍ପାଞ୍ଚଳରେ ଇଡକୋ ନେଇଥିବା ଜମିକୁ ଅସାଧୁ ବ୍ୟବସାୟୀ ମାନଙ୍କ ଠାରୁ ଜାଗାକୁ ନିଜ ଅକ୍ତିଆରକୁ ଆଣି ସେହି ସବୁ ସ୍ଥାନ ମାନଙ୍କରେ ନୁତନ ଶିଳ୍ପ ପ୍ରତିଷ୍ଠା କରାଗଲେ ଚୌଦ୍ୱାର ପୁଣି ଶିଳ୍ପ ନଗରୀ ହେବା ସହ ତାହାର ଅସ୍ମୀତା ଫେରିପାଇବ ଲେଖାଥିବା କାଗଜରେ ସାଧାରଣ ନାଗରିକଙ୍କ ଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ସଚେତନ ନାଗରିକ ମଞ୍ଚ ଆବାହକ ସତ୍ୟବ୍ରତ ଦାସ,ପ୍ରଶାନ୍ତ ହୋତା,ଲାଲମୋହନ ପରିଡା,ରମେଶ ନାୟକ,ଅଜିତ କୁମାର ସ୍ୱାଇଁ,ପ୍ରକାଶ ନାୟକ,ଦେବେନ୍ଦ୍ର ପୃଷ୍ଟି,ଧିରଞ୍ଜନ ସିଂ,ସଞ୍ଜୟ ମହାରଣା,ଗଗନ ସାହୁ,ଶଶିକାନ୍ତ ନାୟକଙ୍କ ସମେତ ବହୁ ବୁଦ୍ଧିଯିବି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories