www.samajalive.in
Sunday, December 14, 2025
26.1 C
Bhubaneswar

ରାଜକୁମାର ରାଓଙ୍କୁ ଉପହାରରେ ମିଳିଲା ବାଇକ୍, ସାରା ଦେଶରେ ମାତ୍ର ଗୋଟିଏ..

ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ରାଓଙ୍କୁ ନିକଟରେ ଏକ ଖାସ୍ ଉପହାର ମିଳିଛି । ଏହା ଏକ କଷ୍ଟମାଇଜ୍ଡ ୟେଜଦି ରୋଡଷ୍ଟର ବାଇକ । ଏହି ବାଇକକୁ ଜାଓ୍ବା-ୟେଜଦି ମୋଟରସାଇକେଲ କମ୍ପାନୀ ଦ୍ବାରା ରାଜକୁମାରଙ୍କୁ ଉପହାର ଦିଆଯାଇଛି । ଏଥିରେ ଡୁଆଲ ଟୋନ୍ କଲର ସ୍କିମ୍ ରହିଛି । ଏହି ବାଇକକୁ ରାଜକୁମାରଙ୍କ ଫିଲ୍ମ ‘ଗନ୍ସ ଏଣ୍ଡ୍ ଗୁଲାବ୍ସ’କୁ ଟ୍ରିବ୍ୟୁଟ ରୂପେ ମଧ୍ୟ ଡିଜାଇନ୍ କରାଯାଇଛି । ଫିଲ୍ମର ନାଁକୁ ରିୟର ମଡଗାର୍ଡ ଓ ସାଇଡ୍ ପ୍ୟାନେଲରେ ଲେଖାଯାଇଛି । ଏହାକୁ ଏକ ସ୍ପେଶାଲ ଟଚ୍ ଦିଆଯାଇଛି ଯାହା ଏହାକୁ ଅଧିକ ଖାସ୍ କରୁଛି । ଅନ୍ୟପଟେ ଆନନ୍ଦ ମହିନ୍ଦ୍ରା ଏକ୍ସରେ ପୋଷ୍ଟ କରି ଗନ୍ସ ଏଣ୍ଡ୍ ଗୁଲାବ୍ସ ଏଡିଶନ କଥା ଉଠାଇ କହିଛନ୍ତି କି ରାଜକୁମାରଙ୍କ ପାଇଁ ଏହା ଉପଯୁକ୍ତ ବାଇକ୍ ।

- Advertisement -

ଏହା କେବଳ ଦେଖିବାକୁ ଖାସ୍ ନୁହେଁ । ଏଥିରେ କିଛି ମେକାନିକାଲ ପରିବର୍ତ୍ତନ ମଧ୍ୟ କରାଯାଇଛି । ଗାଡିରେ ୩୩୪ ସିସି ଲିକ୍ବିଡ୍-କୁଲ୍ଡ ଇଞ୍ଜିନ୍ ମିଳେ ଯାହା ୨୮ ବିଏଚପି ଏବଂ ୨୯.୪ ଏନଏମ୍ ଟର୍କ ଉତ୍ପନ କରିଥାଏ । ଏହାକୁ କେବଳ ରାଜକୁମାରଙ୍କ ପାଇଁ ଖାସ୍ ରୂପେ କମ୍ପାନୀ ପ୍ରସ୍ତୁତ କରିଛି । ରାସ୍ତାରେ ଏହାକୁ ଦେଖିବାକୁ ମିଳିବନି । ଏହାର ଦାମ୍ ୨.୦୯ ଲକ୍ଷ(ଏକ୍ସ-ଶୋରୁମ୍) । କମ୍ପାନୀ ବିନା ଅତିରିକ୍ତ ଖର୍ଚ୍ଚରେ ହେଡଲ୍ୟାମ୍ପ ଗ୍ରିଲ୍, କ୍ରାଶ୍ ଗାର୍ଡ, ବାଇକ କଭର ଆଦି ଗ୍ରାହକଙ୍କୁ ଯୋଗାଇ ଦେଇଥାଏ ।

ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟ ନୋଟିସ୍‌

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories