www.samajalive.in
Sunday, December 7, 2025
23.1 C
Bhubaneswar

ନକଲି ନିଯୁକ୍ତିପତ୍ର ଦେଇ ଠକେଇ

କୋରାପୁଟ : କୋରାପୁଟ ଜିଲାର ବିଭିନ୍ନ ସ୍ଥାନର ଯୁବକ ଓ ଯୁବତୀଙ୍କୁ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ନକଲି ନିଯୁକ୍ତିପତ୍ର ଦେଇ ଜଣେ ଯୁବକ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାପଡିଛି ଯେ ଅଶୋକ କୁମାର ମହାନ୍ତି ନାମରେ ଜଣେ ଯୁବକ ବିଭିନ୍ନ ବିଭାଗରେ ଚାକିରି କରାଇ ଦେବା ପାଇଁ କୋରାପୁଟ ଜିଲାର ବିଭିନ୍ନ ବ୍ଲକର ଶତାଧିକ ଯୁବକଯୁବତୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ନେଇଥିଲେ। ବେକାର ଯୁବକଙ୍କ ମଧ୍ୟରେ ଆସ୍ଥାଭାଜନ ହେବାକୁ ଅଶୋକ କେତେକ ଯୁବକଯୁବତୀଙ୍କୁ ଜିଲାପାଳଙ୍କ ଅଫିସ ସୁପରିନଟେଣ୍ଡଣ୍ଟଙ୍କ ଦସ୍ତଖତ ଥାଇ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏଣେ ବର୍ଷ ବର୍ଷ ଧରି ଟଙ୍କା ଦେଇଥିବା ଯୁବକ ଯୁବତୀମାନେ ନିଯୁକ୍ତି ନପାଇ ଶେଷରେ ଟଙ୍କା ଫେରାଇବାକୁ ଅଶୋକଙ୍କ ନିକଟକୁ ଦୌଡି ଦୌଡି ନିରାଶ ହେବା ପରେ ଗତ ଡିସେମ୍ବର ୧୨ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଟଙ୍କା ଦେଇଥିବା ଯୁବକମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବାର ସକ୍ଷମ ହୋଇଥିଲେ।
କିଛିଦିନ ମଧ୍ୟରେ ଟଙ୍କା ଫେରସ୍ତ କରିବା ନତୁବା ଚାକିରି କରାଇଦେବା କହି କୌଶଳକ୍ରମେ ଖସି ିଯାଇଥିଲା। ଖୋଜାଖୋଜି ପରେ ଅଶୋକଙ୍କୁ ନପାଇ ବାଧ୍ୟ ହୋଇ ଆଜି ଟଙ୍କା ଦେଇ ନିରାଶ ହୋଇଥିବା ଯୁବକଯୁବତୀମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ କୋରାପୁଟ ସହରର ସୀମାଦ୍ରି ମହାନ୍ତିଙ୍କ ଠାରୁ ୨୭ହଜାର, ମୋହିତରଞ୍ଜନ ବାଗଙ୍କଠାରୁ ୬୦ହଜାର, କୃଷ୍ଣଚନ୍ଦ୍ର ଖିଲଙ୍କଠାରୁ ୧ଲକ୍ଷ ୧୯ହଜାର ୫୦୦ଟଙ୍କା ଏବଂ ଧନପତି ଖୋସଲାଙ୍କଠାରୁ ୩୮ହଜାର ଟଙ୍କା ଚାକିରି କରାଇଦେବାକୁ ଅଶୋକ ନେଇଥିଲେ ଏବଂ ସ୍ଥଳବିଶେଷରେ ଯେଉଁ କେତେଜଣଙ୍କୁ ନିଯୁକ୍ତିପତ୍ର ଦେଇ୍‍ଥିଲେ ତାହା ନକଲି ଥିଲା ବୋଲି ଦର୍ଶାଇଥିଲେ। ନିଯୁକ୍ତିପତ୍ର ପାଇଥିବା ଯୁବକମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଯିବା ପରେ ତାହା ନକଲି ବୋଲି ଜାଣିବାକୁ ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତି କୋରାପୁଟ ଜେଇଏଲ୍‍ସି ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ଟଙ୍କା ଫେରାଇବାକୁ କହିବାରୁ ଚୋରି କେଶରେ ଫସାଇ ଦେବାକୁ ଓଲଟା ଅଶୋକ ଧମକଚମକ ଦେଇଛନ୍ତି ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି। ସେ ୩ଜଣଙ୍କ ଟଙ୍କା ନେଇଥିଲେ। ଏବେ କିରାଣି ଚାକିରି କରୁଥିବା ସ୍ୱର୍ଗତ କାଶୀନାଥ ଆଚାର୍ଯ୍ୟଙ୍କୁ ଟଙ୍କା ଦେଇଥିଲେ। କିନ୍ତୁ ମୁଁ ଦେଇଥିବା ନିଯୁକ୍ତିପତ୍ର ଅସଲି। ଏହାରି ବଳରେ ପୂର୍ବରୁ ଅନେକ ଚାକିରି ପାଇଛନ୍ତି ବୋଲି ଅଭିଯୁକ୍ତ ଅଶୋକ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। କିଛିଦିନ ତଳେ ଲମତାପୁଟ ବ୍ଲକରେ ଜଣେ ଯୁବତୀ ମଧ୍ୟ ନିଯୁକ୍ତି ପାଇଛନ୍ତି ବୋଲି ସେ ଯୁକ୍ତି ବାଢିଛନ୍ତି। ତେବେ ଯାହା ହେଲେ ମଧ୍ୟ ଅନ୍ୟମାନଙ୍କ ଟଙ୍କା ଫେରାଇ ଦେବେ ବୋଲି ପ୍ରକାଶ କରିଥିଲେ।
ସୂଚନାଥାଉକି ପୂର୍ବରୁ ନନ୍ଦପୁର, ପାଡୁଆ ସମେତ ଜିଲାର ବିଭିନ୍ନ ସ୍ଥାନରୁ ବହୁ ଯୁବକଯୁବତୀଙ୍କୁ ଚାକିରି କରାଇ ଦେବା ବାହାନାରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ମଧ୍ୟ ଅଭିଯୋଗ ହେଉଥିଲା। ତଦନ୍ତ ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ। ନିଯୁକ୍ତି ପ୍ରମାଣପତ୍ର ଅସଲି କି ନକଲି ଏବଂ ଏହାକୁ କିଏ ଦେଇଛନ୍ତି ତାହାର ତଦନ୍ତ ଜିଲାପାଳ କଲେ ସମସ୍ତ ଘଟଣା ଲୋକଲୋଚନକୁ ଆସିପାରିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories