www.samajalive.in
Monday, December 15, 2025
24.1 C
Bhubaneswar

ବୁର୍ଲା ଭିମସାର ସିଟିସ୍କାନ ବିଭାଗରେ ଅଘଟଣ: ରୋଗୀଙ୍କ ପରୀକ୍ଷା ସମୟରେ ଖସିଲା ସିଲିଂ 

ବୁର୍ଲା: ଆଜି ବୁର୍ଲା ଭିମସାର ସିଟିସ୍କାନ ବିଭାଗ କୋଠାରେ ଏକ ବଡଧରଣର ଅଘଟଣ ଘଟିଛି । ଜଣେ ରୋଗୀଙ୍କ ସିଟି ସ୍କାନ ପରୀକ୍ଷା ହେଉଥିବା ସମୟରେ ହିଁ ଏହି ଅଘଟଣ ଘଟିଥିବା ବେଳେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଅଳ୍ପକେ ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲେ । ଏହି ସିଟିସ୍କାନ କୋଠାର ଛାତର ସିଲିଂର ଏକ ବିଶାଳ ଅଂଶ ହଠାତ ଖସି ପଡିଥିଲା ବେଳେ ଠିକ୍ ସେହି ସମୟରେ ସିଟି ସ୍କାନ ମେସିନ ମଧ୍ୟରେ ଜଣେ ରୋଗୀଙ୍କୁ ପରୀକ୍ଷା ପାଇଁ ରଖା ଯାଇଥିଲା । ହଠାତ କୋଠାର ଉପରେ ଥିବା ସିଲିଙ୍ଗ ଏବଂ ଛାତ ଅତଡା ଖସି ପଡିଥିଲା ଏବଂ ସେହି ସମୟରେ ବୈଦ୍ୟୁତିକ ଜୀବନ୍ତ ତାର ମଧ୍ୟ ସେଠାରେ ଛିଣ୍ଡି ପଡିଥିଲା । କିନ୍ତୁ ଏଥିରେ ରୋଗୀ ଜଣକ ଏବଂ ତାଙ୍କର ସମ୍ପର୍କୀୟମାନେ ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଥିବା ବେଳେ ତାଙ୍କର କୌଣସି କ୍ଷତି ହୋଇନାହିଁ ।

ଏପରି ଭାବରେ ନିମ୍ନମାନର କାମ କରାଯାଇଥିବା ଯୋଗୁଁ ଏବଂ ରକ୍ଷଣବେକ୍ଷଣା ଅଭାବରୁ ସିଲିଙ୍ଗ ଖସି ଯାଇଥିବା ଅନୁମାନ କରାଯାଉଛି। ତେବେ ଏଭ ଳୀ ବିପଦା ପର୍ଣ୍ଣ ସ୍ଥିତିରେ ରହିଥିବା ସିଟି ସ୍କାନ କୋଠାର ଶୀଘ୍ର ଅତିଶିଘ୍ର ମରାମତି କରା ନ ଗଲେ ଉକ୍ତ କୋଠାରେ ସିଟି ସ୍କାନ ପରୀକ୍ଷା କରାଯିବା ସମ୍ଭବପର ହେବ ନାହିଁ। ସେପଟେ ଏଭଲି ଭାବରେ ପୂର୍ବରୁ ମଧ୍ୟ କେତେକ ବିଭାଗ ମଧ୍ୟରେ ସିଲିଂ ଖସି ଯାଇଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି। ତୁରନ୍ତ ଏହାର ମରାମତି କରିବାକୁ ରୋଗୀ ମହଲରେ ଦାବି ହୋଇଛି । ଛାତ ସିଲିଂ ଖସିବା ପରେ ଏହାର ଅତଡା ସିଟିସ୍କାନ ମେସିନର ଶଯ୍ୟା ମେସିନରେ ପଡିବା ସହିତ କୋଠରୀର ବିଭିନ୍ନ ସ୍ଥାନରେ ବିଛାଡ଼ି ହୋଇ ପଡିଥିବା ଦେଖିବାକୁ ମିଳିଛି ।

Hot this week

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

Related Articles

Popular Categories