www.samajalive.in
Sunday, December 14, 2025
15.1 C
Bhubaneswar

ଜିଲାପାଳଙ୍କ ଦ୍ୱାରା ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ କୁକୁଡା ବଣ୍ଟନ ଓ କାଳିଆ କାର୍ଯ୍ୟକ୍ରମ

ମୋହନା : ଓଡିଶା ସରକାରଙ୍କ ଦ୍ୱାରା ଓଡିଶା ଜୀବିକା ମିଶନ ଓ ଓଡିଶା ପଶୁ ସମ୍ପଦ ବିଭାଗ ଆନୁକୁଲ୍ୟରେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ସଭ୍ୟାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ରିଲିଫ ପାଣ୍ଠିରୁ ଲୁହାଗୁଡି, କମଳାପୁର ଓ ପୋଡାଶଙ୍ଖ ଗ୍ରାମଠାରେ ତିତିଲି କ୍ଷୟକ୍ଷତିର ଭରଣା ପାଇଁ କୁକୁଡା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଓଡିଶା ଜୀବିକା ମିଶନ ମୋହନା ପକ୍ଷରୁ ଆୟୋଜନ କରାଯାଇଥିଲା। ୨୦୦ ମହିଳାଙ୍କୁ ୨୫ଟି ଲେଖାଏଁ ମୋଟ ୫୦୦୦ କୁକୁଡା ବଣ୍ଟନ କରାଯାଇଥିଲା। ଏହା ସହିତ ଓଡିଶା ଜୀବିକା ମିଶନ ତରଫରୁ କୁକୁଡା ଦାନା, ଦାନା ପାତ୍ର ଏବଂ ପାତି ପାତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଚଂଚଳା ରାଣା, ବିଡିଓ ବଂଶିଧି ଖୋସଲା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ.କିଶୋର ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିଲେ। ଅପରପକ୍ଷେ ଜିଲ୍ଲାପାଳ ଶ୍ରୀ ସାହା ଓ ପିଡି ଶ୍ରୀ ରାଣା କାଳିଆ କାର୍ଯ୍ୟକ୍ରମରେ ଚାନ୍ଦିପୁଟ, ଲୁହାଗୁଡି ଓ ଚନ୍ଦ୍ରଗିରିଠାରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଉପସ୍ଥିତ କୃଷକ ଓ ସାଧାରଣ ଲୋକଙ୍କୁ କାଳିଆ ଯୋଜନାର କୃଷି କାର୍ଯ୍ୟ ପାଇଁ ସହାୟତା, ଜୀବିକା ନିର୍ବାହ ପାଇଁ ସହାୟତା, ଅସମର୍ଥ କୃଷି ପରିବାର, ଭୂମିହୀନ ଶ୍ରମିକ ମାନଙ୍କୁ ସହାୟତା, କୃଷି ଓ ଭୂମୀହୀନ କୃଷି ପାଇଁ ଜୀବନ ବିମା, ବିନା ସୁଧରେ ଋଣ ଦେବା ସମ୍ପର୍କରେ ସଚେତନତା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories