www.samajalive.in
Sunday, December 14, 2025
14.1 C
Bhubaneswar

ବୁଲନ୍ଦସହର ହିଂସାର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ ଗିରଫ

ଲକ୍ଷ୍ନୌ : ବୁଲନ୍ଦସହର ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବଜରଙ୍ଗ ଦଳର ଜିଲା ଆବାହକ ଯୋଗେଶ ରାଜଙ୍କୁ ଗିରଫ କରାଯାଇଥିବା ଉତ୍ତରପ୍ରଦେଶ ପୁଲିସ ଗୁରୁବାର ପ୍ରକାଶ କରିଛି। ହିଂସା ବେଳେ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ବୁଧବାର ବୁଲନ୍ଦସହର ଅନ୍ତର୍ଗତ ଖୁର୍ଜାଠାରୁ ଗିରଫ କରାଯାଇଥିବା ପୁଲିସ କହିଛି। ଡିସେମ୍ବର ୩ରେ ବୁଲନ୍ଦସହରରେ ଗୋ-ଦେହାବଶେଷ ଉଦ୍ଧାର ପରେ ସୃଷ୍ଟ ହିଂସାକାଣ୍ଡରେ ସିଂହଙ୍କ ସମେତ ସୁମିତ ନାମକ ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା। ଘଟଣାପରଠାରୁ ଯୋଗେଶ ଫେରାର ଥିଲେ। ହିଂସାକାଣ୍ଡର ଦିନକ ପରେ ନିଜକୁ ନିର୍ଦୋଷ ଦର୍ଶାଇ ସେ ଏକ ଭିଡିଓ ସାର୍ବଜନୀନ କରିଥିଲେ। ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ବେଳେ ସେ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ, ବରଂ ଗୋହତ୍ୟା ନେଇ ମାମଲା ରୁଜୁ କରିବାକୁ ମାହାୱଠାରେ ଉପସ୍ଥିତ ଥିଲେ ବୋଲି ୧ ମିନିଟ ୪୨ ସେକେଣ୍ଡର ଏହି ଭିଡିଓରେ ଯୋଗେଶ କହିଥିଲେ। ଉଲ୍ଲେଖ ଯେ, ହିଂସା କାଣ୍ଡ ତଥା ଇନ୍ସପେକ୍ଟରଙ୍କୁ ହତ୍ୟା ନେଇ ରୁଜୁ ହୋଇଥିବା ଏଫ୍‌ଆଇଆର​‌ରେ ଯୋଗେଶଙ୍କ ସହିତ ବିଜେପି ନେତା ଶିଖର ଅଗ୍ରୱାଲ ଏବଂ ଭିଏଚପି କର୍ମୀ ଉପେନ୍ଦ୍ର ରାଘବଙ୍କ ନାମ ରହିଛି। ୫୦ରୁ ୬୦ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ସମେତ ମୋଟ ୨୭ ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ସୋମବାର କାଲୁଆ ନାମକ ଜଣେ ଅଭିଯୁକ୍ତ ଗିରଫ କରିଛି। କାଲୁଆ ଅନ୍ୟମାନଙ୍କ ସହିତ ମିଶି ଗଛ କାଟି ହିଂସା ବେଳେ ରାସ୍ତା ଅବରୋଧ କରିଥିଲା। ହିଂସାରେ ଆହତ ଇନ୍ସପେକ୍ଟର ସିଂହ ଜଣେ ପୁଲିସ କର୍ମଚାରୀଙ୍କ ବନ୍ଧୁକ ନେଇ ହିଂସା ଘଟାଉଥିବା ଲୋକଙ୍କୁ ଭୟଭୀତ କରି ଘଉଡାଇବାକୁ ଉଦ୍ୟମ କରିବା ବେଳେ କାଲୁଆ ତାଙ୍କ ମୁଣ୍ଡକୁ କୁରାଢୀରେ ଚୋଟ ମାରିବା ପରେ ତାଙ୍କ ଅଙ୍ଗୁଳି କାଟି ଦେଇଥିଲା ବୋଲି ପୁଲିସ କହିଛି। ଏହି ଘଟଣାରେ ପୁଲିସ ଦ୍ବାରା ଗିରଫ ପ୍ରଶାନ୍ତ ନାଟ ନାମକ ଅନ୍ୟ ଜଣେ ଅଭିଯୁକ୍ତ ଇନ୍ସପେକ୍ଟର ସିଂହଙ୍କଠାରୁ ବନ୍ଧୁକ ଛଡାଇ ତାଙ୍କୁ ଗୁଳି କରିଥିବା ଜେରା ବେଳେ ସ୍ବୀକାର କରିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories