www.samajalive.in
Saturday, December 13, 2025
15.1 C
Bhubaneswar

ଆଫଗାନିସ୍ତାନ ପାଠାଗାରକୁ ପାଣ୍ଠି ଯୋଗାଣ ନେଇ ମୋଦୀଙ୍କୁ ଟ୍ରମ୍ପଙ୍କ ସମାଲୋଚନା

ନୂଆଦିଲ୍ଲୀ : ଆଫଗାନିସ୍ତାନ ପ୍ରତି ନିଜର ଅନୁକମ୍ପା ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡିକ ତୁଳନାରେ ସର୍ବାଧିକ ବୋଲି ଦର୍ଶାଇବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି। ଅଶାନ୍ତ ଆଫଗାନିସ୍ତାନରେ ନିରାପତ୍ତା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ମୋଦୀ ସେଠାକାର ପାଠାଗାରକୁ ପାଣ୍ଠି ଯୋଗାଉଛନ୍ତି ବୋଲି ଟ୍ରମ୍ପ ନ୍ୟୁୟର୍କଠାରେ କ୍ୟାବିନେଟ ବୈଠକରେ କହିଛନ୍ତି। ମାତ୍ର ଟ୍ରମ୍ପଙ୍କ ଏହି ଯୁକ୍ତିକୁ ଭାରତ ଖଣ୍ଡନ କରିଛି। ଉନ୍ନୟନମୂଳକ ସହଯୋଗ ଆଫଗାନିସ୍ତାନରେ ସ୍ଥିତି ପରିବର୍ତ୍ତନ କରିବାରେ ଗୁରୁତ୍ବପୂର୍ଣ୍ଣ ନିର୍ବାହ କରିବ। ଏଣୁ ଆଫଗାନ ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସେଠାରେ ଭିତ୍ତିଭୂମି ପର୍ଯ୍ୟବସିତ ବୃହତ୍‌ ପ୍ରକଳ୍ପ କାର୍ଯ୍ୟ ଏବଂ ସାମାଜିକ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ପ୍ରକଳ୍ପ ଦ୍ବାରା ଆଫଗାନିସ୍ତାନରେ ଆର୍ଥିକ ସ୍ଥିରତା ଏବଂ ସ୍ଥାୟୀତ୍ବ ଆସିବ ବୋଲି ଭାରତୀୟ ସରକାରୀ ଅଧିକାରୀମାନେ କହିଛନ୍ତି।
ଟ୍ରମ୍ପ ଏହି ବୈଠକରେ କମ୍‌ ବିଦେଶୀ ରାଷ୍ଟ୍ର ପାଇଁ ଆମେରିକା ନିବେଶ କରିବା ନେଇ ନିଜର ବିଚାରଧାରାର ଔଚିତ୍ୟ ଦର୍ଶାଇବାର ଉଦ୍ୟମ କରିଥିଲେ। ଏଥିସହିତ ଭାରତ, ରୁଷ, ପାକିସ୍ତାନ ଓ ଏହାର ଅନ୍ୟ ପଡୋଶୀ ରାଷ୍ଟ୍ରଗୁଡକୁ ଆଫଗାନିସ୍ତାନର ନିରାପତ୍ତା ଦାୟିତ୍ବ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଆମେରିକା ଶହସ୍ରାଧିକ କୋଟି ଟଙ୍କା ବିଶ୍ବର ବିକାଶ ଲାଗି ବ୍ୟୟ କରୁଥିବା ବେଳେ ଅନ୍ୟ କୌଣସି ରାଷ୍ଟ୍ରନେତା ସେଭଳି ଖର୍ଚ୍ଚ କରିପାରି ନ ଥିବା ଦର୍ଶାଇବା ଉଦ୍ଦେଶ୍ୟରେ ଟ୍ରମ୍ପ ମୋଦୀଙ୍କୁ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ। ଉଲ୍ଲେଖ ଯେ ଭାରତ ଆଫଗାନିସ୍ତାନରେ ବହୁ ମେଗାପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ବେଳେ ଦେଶର ନିରାପତ୍ତା ବ୍ୟବସ୍ଥା ମଜବୁତ କରିବା ଲାଗି ସାମରିକ ଉପକରଣ ମଧ୍ୟ ଯୋଗାଇ ଦେଇଛି।
ଆଫଗାନିସ୍ତାନର ୩୧ଟି ପ୍ରଦେଶରେ ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷିଠାରୁ ଆରମ୍ଭ କରି କ୍ରୀଡା ଏବଂ ପ୍ରଶାସନିକ କ୍ଷେତ୍ରଗୁଡିକରେ ଭାରତ ୧୧୬ଟି ନୂତନ ‘ଉଚ୍ଚ ପ୍ରଭାବଶାଳୀ ସାମାଜିକ ଉନ୍ନୟନ ପ୍ରକଳ୍ପ’ କାର୍ଯ୍ୟକାରୀ କରିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories