ସୁନାବେଶରେ ଝଲସିବ ଶ୍ରୀକାନ୍ତଙ୍କ ସୂକ୍ଷ୍ମ ରଥ
ଗୁଣୁପୁର: ବୁଧବାର ଏକାଦଶୀ ତିଥିରେ ରାୟଗଡା ଜିଲ୍ଲା ଗୁଣୁପୁରରେ ରଥ ଉପରେ ଶ୍ରୀଜୀଉଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ । ଏହି ଅବସରରେ ଗୁଣୁପୁର କୁମୁଟି ସାହି ବାସିନ୍ଦା ସୁନା କାରିଗର ଶ୍ରୀକାନ୍ତଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଅତି ସୂକ୍ଷ୍ମ ସୁନାର ରଥ ପ୍ରଦର୍ଶନ କରାଯିବ । ଶ୍ରୀକାନ୍ତ ପୂର୍ବରୁ ଅତି ସୂକ୍ଷ୍ମ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ, ବିଶ୍ୱକପ କ୍ରିକେଟ କପ, ସୂକ୍ଷ୍ମ ଦୀପ ପ୍ରଭୃତି ନିର୍ମାଣ କରି ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଗତ କାଳୀ ପୂଜାରେ ଏକ ସୂକ୍ଷ୍ମ ଦୀପ ଓ ଚାଉଳ ଆକୃତିର ବିଶ୍ୱକପ ନିର୍ମାଣ କରି ଲୋକ ଲୋଚନକୁ ଆସିଥିଲେ ଶ୍ରୀକାନ୍ତ । ଶ୍ରୀକାନ୍ତ ଏଥିପାଇଁ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଏଭଳି ଅଦ୍ୱିତୀୟ ସୂକ୍ଷ୍ମ ଧାତୁ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଇଞ୍ଜିନିୟରିଂ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଅର୍ଥ ପ୍ରତିବନ୍ଧକ ସାଜିବାରୁ ମାତ୍ର ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଶ୍ରୀକାନ୍ତ । ନିଜର କୌଳିକ ବୃତ୍ତି ସୁନା କାରିଗର ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି ।
ବିବାଦୀୟ ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂ ସ୍ଥଗିତ, ଜୁଲାଇ ୨୩ ସୁଦ୍ଧା ଏକାଡେମି ଫେରିବାକୁ ନିର୍ଦେଶ
Comments are closed.