www.samajalive.in
Sunday, December 14, 2025
26.1 C
Bhubaneswar

ବିବାଦୀୟ ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂ ସ୍ଥଗିତ, ଜୁଲାଇ ୨୩ ସୁଦ୍ଧା ଏକାଡେମି ଫେରିବାକୁ ନିର୍ଦେଶ

ନୂଆଦିଲ୍ଲୀ: ବିବାଦୀୟ ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକର ଆଗକୁ ଆଉ ଟ୍ରେନିଂ ନେଇ ପାରିବେ ନାହିଁ। ବିବାଦ ମଧ୍ୟରେ ପ୍ରୋବେସନାରୀ ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଲାଲ୍ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମି ଅଫ୍ ଆଡମିନିଷ୍ଟ୍ରେସନ ମସୌରୀ ପକ୍ଷରୁ ତାଙ୍କ ଟ୍ରେନିଂ କାର୍ଯ୍ୟକ୍ରମକୁ ସ୍ଥଗିତ କରଖାଯାଇଛି।  ଜୁଲାଇ ୨୩ ସୁଦ୍ଧା ଲାଲ୍ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମି ଅଫ୍ ଆଡମିନିଷ୍ଟ୍ରେସନ ମସୌରୀ ଫେରିଆସିବାକୁ ତାଙ୍କୁ ନିର୍ଦେଶ ଦିଆଯାଇଛି। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମାମଲାରେ ପୂଜା ଖେଡକରଙ୍କ ଟ୍ରେନିଂକୁ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି।

ଗତ ବର୍ଷ କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି) ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ରାଙ୍କ (AIR) ୮୪୧ ପାଇ ପୂଜା ଖେଡକର ପୁଣେରେ ଟ୍ରେନି(ପ୍ରଶିକ୍ଷାର୍ଥୀ) ଭାବେ ନିଯୁକ୍ତ ହୋଇଥିଲେ । ନିକଟରେ ସେ ଭିଆଇପି ଷ୍ଟାଟସ୍ ମାଗିବା ସହ ତାଙ୍କର ବ୍ୟକ୍ତିଗତ ଅଡ଼ିକାରରେ ନାଲି ବତୀ ଲଗାଇବାକୁ ନେଇ ବିବାଦ ଦେଖାଦେଇଥିଲା ଏବଂ ଏହାପରେ ପଦବୀର ଦୂରୁପୋଯୋଗ ଅଭିଯୋଗରେ  ତାଙ୍କୁ ୱାଶିମକୁ ବଦଳି କରା ଯାଇଥିଲା।

- Advertisement -

ଅତୀତରେ ଏମବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା ସମୟରେ ମଧ୍ୟ ପୂଜା ଓବିସି (ନନ୍‌ କ୍ରିମି ଲେୟାର) ସାର୍ଟିଫିକେଟ ବ୍ୟବହାର କରିଥିବା ଜଣାପଡିଛି। ଓବିସି ନୋମାଡିକ୍‌ ଟ୍ରାଇବ୍‌-୩ ବର୍ଗର ସାର୍ଟିଫିକେଟ ଦାଖଲ କରି ପୂଜା ପୁଣେସ୍ଥିତ କାଶୀବାଈ ନାଭାଲେ ମେଡିକାଲ କଲେଜରେ ନାମ ଲେଖାଇଥିବା କୁହାଯାଇଛି। କେବଳ ବଞ୍ଜାରା ସଂପ୍ରଦାୟ ଏଭଳି ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ହୋଇଥିବାବେଳେ ପୂଜା କିପରି ଏହାକୁ ବ୍ୟବହାର କଲେ, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୦୭ ମସିହାରେ ମେଡିକାଲ କଲେଜରେ ନାମ ଲେଖା ସମୟରେ ପୂଜାଙ୍କ ପିତା ଦିଲୀପ ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

ଏପରିକି ନାମଲେଖା ସମୟରେ ପୂଜାଙ୍କ ପ୍ରବେଶିକା ପରୀକ୍ଷା ନମ୍ବରକୁ ବିବେଚନା କରାଯାଇନଥିଲା ବୋଲି ମେଡିକାଲ କଲେଜ ନିର୍ଦେଶକ ଅରବିନ୍ଦ ଭୋରେ କହିଛନ୍ତି।  ଏପରିକି ସେତେବେଳେ ପୂଜା କୌଣସି ଭିନ୍ନକ୍ଷମ ସାର୍ଟିଫିକେଟ ଦାଖଲ କରିନଥିଲେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ପୂଜା ଯେଉଁ ମେଡିକାଲ ସାର୍ଟିଫିକେଟ ଦାଖଲ କରିଥିଲେ, ସେଥିରେ ସେ ଭିନ୍ନକ୍ଷମ ବୋଲି ଆଦୌ ଉଲ୍ଲେଖ କରାଯାଇନଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories