www.samajalive.in
Sunday, December 14, 2025
14.1 C
Bhubaneswar

ବ୍ୟବସାୟୀ ଠାରୁ ଟଙ୍କା ଲୁଟ:୨ ଅଭିଯୁକ୍ତ ଅଟକ, ବାଇକ ଜବତ

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରସ୍ତାର ଭୁୟାଁଯୋର ନିକଟରୁ ୩ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ପାଇକରାପୁର ଗ୍ରାମର ଆମ୍ବ ବ୍ୟବସାୟୀ ବଲ୍ଲଭ ଜେନା ଠାରୁ ୧୫ହଜାର ଟଙ୍କା ଲୁଟିନେଇଥିଲେ। ହେଲେ ବଲ୍ଲଭର ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମର ଯୁବକ ଦୁର୍ବୁତ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ମାଡିବସି କାବୁ କରିନେଇଥିଲେ। ଅନ୍ୟଜଣେ ଦୁର୍ବୁତ୍ତ ଟଙ୍କା ନେଇ ଦୌଡି ପଳାଇଥିଲା ।

ଘଟଣାସ୍ଥଳରେ ପହଞ୍ଚି ୨ ଯୁବକଙ୍କୁ ଥାନାକୁ ଆଣିବା ସହ ବ୍ୟବହୃତ ବାଇକକୁ ମଧ୍ୟ ଆଣିଥିଲେ। ଅଭିଯୁକ୍ତଦ୍ୱୟଙ୍କ ମଧ୍ୟରୁ ବିକାଶ ପ୍ରଧାନର ଘର ଢେଙ୍କାନାଳ ଜିଲ୍ଲାର ତୁମସିଂ ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟଜଣେ କାନପୁର ଅଞ୍ଚଳ ର ନାବାଳକ ଅଟେ। ହେଲେ ଅଭିଯୁକ୍ତମାନେ କଟକ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ଡିଅରପାର୍କ ବସ୍ତିରେ ଦୀର୍ଘଦିନ ହେଲାଣି ରହୁଥିଲେ। ଘଟଣାଟି ଚୌଦ୍ୱାର ଥାନା ଅଞ୍ଚଳରେ ଘଟିଥିବାରୁ ଗୁରୁଡିଝାଟିଆ ପୋଲିସ ଅଭିଯୁକ୍ତଦ୍ୱୟ ଓ ଗାଡିକୁ ଚୌଦ୍ୱାର ପୁଲିସକୁ ହସ୍ତାନ୍ତର କରିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories