ଆଠଗଡ: ଆଠଗଡରୁ ପ୍ରକାଶିତ ହେଉଥିବା ମାସିକ ସାହିତ୍ୟ ପତ୍ରିକା ‘ଲାବଣ୍ୟବତୀ’ର ସ୍ୱନକ୍ଷତ୍ର ଉତ୍ସବ ପବିତ୍ର ବାହୁଡା ଅବସରରେ ସୋମବାର ସ୍ଥାନୀୟ ମବାବୀର ପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି । ଲାବଣ୍ୟବତୀ ପତ୍ରିକାର ସମ୍ପାଦକ ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଗଡଜାତ ପରିକ୍ରମାର ସଭାପତି ତଥା ଆଠଗଡ ସାହିତ୍ୟ ସମାଜର ପ୍ରାକ୍ତନ ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ମୁଖ୍ୟବକ୍ତା ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ତଥା ସାହିତ୍ୟିକ ଡ଼ ମନୋରଞ୍ଜନ ମହାନ୍ତି ଓ ସମ୍ମାନିତ ଅତିଥିଭାବେ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗୋଟିଏ ଜାତି ବଞ୍ଚିବାକୁ ହେଲେ ଭାଷା ଓ ସାହିତ୍ଯର ସୁରକ୍ଷା ଏବଂ ଏହାର ପ୍ରଚାର ଓ ପ୍ରସାର ଅତ୍ୟନ୍ତ ଜରୁରୀ ବୋଲି ମତପ୍ରକାଶ କରିଥିଲେ ।
Related Posts
ସେହିପରି ଲାବଣ୍ୟବତୀ ପରି ସାହିତ୍ଯ ପତ୍ରିକା ବଞ୍ଚି ରହିବାକୁ ହେଲେ ସାହିତ୍ୟିକ ଓ ସାହିତ୍ଯ ସୃଷ୍ଟି ହେବା ଆବଶ୍ୟକ ବୋଲି ସେମାନେ କହିଥିଲେ । ସାହିତ୍ୟିକ ତଥା କବି ଡ଼ଃ ଶରତ ଚନ୍ଦ୍ର ମାଝି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଲାବଣ୍ୟବତୀ ସାହିତ୍ୟ ପତ୍ରିକାର ରଥଯାତ୍ରା ବିଶେଷାଙ୍କ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଲାବଣ୍ୟବତୀ ସାହିତ୍ୟ ପତ୍ରିକା ତରଫରୁ ସାହିତ୍ୟିକ ବିଜୟ କୁମାର ମହାପାତ୍ର, ପ୍ରମୋଦ କୁମାର ବିଶୋଇ, ସବିତା ମଞ୍ଜରୀ ଭୋଇଙ୍କୁ ଚଳିତବର୍ଷର ‘ଲାବଣ୍ୟବତୀ’ ସମ୍ମାନ ରେ ସମ୍ମାନିତ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶିକ୍ଷାବିତ୍ ତଥା କବୟତ୍ରୀ ପୁଲିନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଲାବଣ୍ୟବତୀ ସାହିତ୍ୟ ପତ୍ରିକାର ପ୍ରକାଶକ ଓ ମୁଦ୍ରାକାର ଦେବାଶିଷ ସେନାପତି, ସମାଜସେବୀ ଦୀପାଳି ଦାଶ, ପ୍ରଣତି ପଣ୍ଡା, ଅଶୋକ ଦାଶ, ସ୍ୱରାଜ ଲଷ୍ମୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଠଗଡର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Comments are closed.