www.samajalive.in
Sunday, December 7, 2025
18.1 C
Bhubaneswar

ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା, ଭୁଲ୍‌ରେ ଗିରଫ ବ୍ୟକ୍ତିଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ଦ୍ବାରା ଭୁଲ୍‌ରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗତ ଜୁନ୍‌ ୨୬ରେ ଗଙ୍ଗାଧର ଗୁନ୍ଦେ ନାମକ ଜଣେ ବ୍ୟକ୍ତିଙ୍କୁ ଡେରାଡୁନରୁ ସିବିଆଇ ଗିରଫ କରିଥିଲା।

ଗିରଫ ଗଙ୍ଗାଧରଙ୍କ ମାମଲାର ଶୁଣାଣି ସ୍ବତନ୍ତ୍ର ସିବିଆଇ ବିଚାରପତି ଅଙ୍କିତ ସିଙ୍ଗଲାଙ୍କ ଅଦାଲତରେ ହୋଇଥିଲା। ଗଙ୍ଗାଧରଙ୍କ ତରଫରୁ ମାମଲା ଲଢ଼ୁଥିବା ଆଇନଜୀବୀ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗଙ୍ଗାଧର ନାମକ ଜଣେ ବ୍ୟକ୍ତି ଅଭିଯୁକ୍ତ ଥିଲେ। ତେବେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ସିବିଆଇ ତାଙ୍କ ମହକିଲଙ୍କୁ ଭୁଲ୍‌ରେ ଗିରଫ କରିଥିଲା। ଉଭୟଙ୍କ ନାମ ଏକା ହୋଇଥିବାରୁ ସିବିଆଇ ତରଫରୁ ଏହି ଭୁଲ୍‌ ହୋଇଥିଲା। ଅନ୍ୟପକ୍ଷରେ ସିବିଆଇ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ନିଜ ଯୁକ୍ତିରେ ଦର୍ଶାଇ ଥିଲେ ଯେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅନ୍ୟତମ ଅଭିଯୁକ୍ତ ଇରେନା କୋନାଗାଲୱାର୍‌ ଫେରାର ରହିଛି। ଇରେନା ମୋବାଇଲ ଯୋଗେ ଗଙ୍ଗାଧର ନାମକ ଜଣେ ବ୍ୟକ୍ତିଙ୍କ ସହ ବହୁବାର କଥା ହୋଇଥିବା ପ୍ରମାଣ ରହିଛି। ଇରେନା ଗିରଫ ହେବା ପରେ ପ୍ରକୃତ ଗଙ୍ଗାଧର କିଏ ତାହା ସ୍ପଷ୍ଟ ହେବ। ତେଣୁ ଗିରଫ ଗଙ୍ଗାଧରଙ୍କୁ ଜାମିନ ମିଳିବା ଅନୁଚିତ୍‌। ତେବେ ସ୍ବତନ୍ତ୍ର ବିଚାରପତି ସିବିଆଇ ଓକିଲଙ୍କ ଯୁକ୍ତିକୁ ଖାରଜ କରିବା ସହ ଗିରଫ ଗଙ୍ଗାଧରଙ୍କୁ ୨୫ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories