ଭୁବନେଶ୍ବର: ରାଜଧାନୀର ଡୁମୁଡୁମା ନିକଟରେ ଦବିଲା ଫ୍ଲାଏଓଭର ରାସ୍ତା। ଭୁବନେଶ୍ବରରେ ଜାତୀୟ ରାଜପଥ ଫ୍ଲାଏଓଭର ରାସ୍ତା ଦବି ଯାଇଥିବା ସୂଚନା ମିଳିଛି। ଦବି ଥିବା ରାସ୍ତାରେ ଏକ ମିନିଟ୍ରକ ଫସି ଯାଇଛି। ଖବର ପାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯେଭଳି କୌଣସି ଅଘଟଣ ନ ଘଟିବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି। ଏହି ଫ୍ଲାଇ ଓଭର ବ୍ରିଜ ବର୍ଷକ ତଳେ ନିର୍ମାଣ ହୋଇଥିଲା। ଲଗାଣ ବର୍ଷାରେ ଲିକ ହୋଇ ଏହା ଦବି ଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ନିମ୍ନକାମ ଯୋଗୁଁ ରାସ୍ତା ଦବି ଯାଇଥିବା ଅଭିଯୋଗ ହୋଇଛି। ଆଜି ରାତି ସୁଦ୍ଧା ଏହାର ମରାମତି କରାଯାଇ ଗାଡ଼ି ଚଳାଚଳକୁ ଏହି ରାସ୍ତାରେ ସ୍ବଭାବିକ କରାଯିବ ବୋଲି ସୂଚନା ମିଳିଛି।
Popular Categories



