କତୁରୀରେ ଯୁବକଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ବାଦିପୁର ଛକରେ ଜଣେ ଯୁବକକୁ ଗୋଟିଏ ଗୋଷ୍ଠୀର କିଛି ଯୁବକ ସଂଘବଦ୍ଧ ଭାବରେ ଏକ ଭଣ୍ଡାରୀ କତୁରୀରେ ଅତି ନୃଶଂସ ଭାବରେ ଆକ୍ରମଣ କରି ହତ୍ୟା ମାମଲାରେ ପୁଲିସ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସହ ହତ୍ୟାରେ ବ୍ୟବହୃତ କତୁରୀ ସମେତ ଏକ କାରକୁ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଶ୍ରୀକାକୁଲମ ଜିଲା ଇଚ୍ଛାପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ୱାଇ ରାଜୁ, ଜରଡ଼ା ଥାନା ଅନ୍ତର୍ଗତ ଜି ବଳରାମପୁର ରବି ଗଣେଶ  ଓ ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ଗ୍ରାମିଣ ଥାନା ଅନ୍ତର୍ଗତ ଲୁଦାପୁଟି ଗ୍ରାମର ଏସ ଦୁର୍ଯ୍ୟୋଧନ ।

ଗତ ଜୁନ ୩୦ ତାରିଖରେ ଇଚ୍ଛାପୁର ଥାନା ଅନ୍ତର୍ଗତ କେଦାର ପୁରମର ମୃତକ ଏ ବାଲୁ ସାଙ୍ଗଙ୍କ ସହ ସୁନାପୁର ବେଳାଭୂମିକୁ ବଣଭୋଜି କରିବାକୁ ଯାଇଥିଲେ। ସେଠାରେ ଗିରଫ ଅଭିଯୁକ୍ତ ମାନେ ମଧ୍ୟ ବଣଭୋଜି କରିବାକୁ ଯାଇଥିଲେ। ବଣଭୋଜି କରିବା ସମୟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏହାକୁ ନେଇ ସେଠାରେ ସମାଧାନ ହୋଇଥିଲେ ମଧ୍ୟ ଗିରଫ ଅଭିଯୁକ୍ତ ମାନେ ସୁନାପୁର ବେଳାଭୂମି ଠାରୁ ୨ କିମି ଦୂର ବାଦିପୁର ଛକରେ ଏ ବାଲୁକୁ ଏକ ଭଣ୍ଡାରୀ ଦୋକାନରୁ କତୁରୀ ନେଇ ନୃଶଂସ ଭାବରେ ହତ୍ୟା କରିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଗାମୀ ଦିନରେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରାଯିବ‌‌ ବୋଲି ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି  ।

ସବର ସମାଜର ନୀଳମାଧବ ପୂଜା

Comments are closed.