ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ
ପୁରୀ: ଆଜି ବସିବ ଶ୍ରୀମନ୍ଦିର ଯାଞ୍ଚ କମିଟିର ପ୍ରଥମ ବୈଠକ। ନୂତନ ଭାବେ ଗଠନ କରାଯାଇଥିବା ରତ୍ନଭଣ୍ଡାରର ଯାଞ୍ଚ କମିଟିର ବୈଠକ ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ। ପୂର୍ବତନ ଜଷ୍ଟିସ୍ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ ଟିମ୍ ସଦସ୍ୟ ରତ୍ନ ଭଣ୍ଡାର ଖୋଲିବା ନେଇ ବିସ୍ତୃତ ଭାବେ ଆଲୋଚନା କରିବେ। କେଉଁ ଦିନ ଏବଂ କିଭଳି ଭାବରେ ଖୋଲିବ , ତାର ମୋଡାଲିଟି କରାଯିବ। ଯଦି ରଥଯାତ୍ରା ସମୟରେ ଖୋଲାଯାଏ ତେବେ କିଭଳି ପ୍ରକ୍ରିୟା ରହିବ , ତାଉପରେ ଆଲୋଚନା କରାଯିବ। ଏତେ କମ୍ ଦିନରେ ଗଣତି ମଣତି ଓ ମରାମତି କରାଯିବା ଅସମ୍ଭବ। ତେଣୁ ସେ ସମୟରେ ନୀତିକାନ୍ତି କିଭଳି ସମନ୍ବୟ ରଖି କରାଯିବ ଏବଂ ଗଣତି ମଣତି କରାଯିବ , ତାଉପରେ ଆଲୋଚନା କରାଯିବ। ୧୯୭୮ ମସିହାରେ ଶେଷଥର ରତ୍ନ ଭଣ୍ଡାର ଖୋଲାଯାଇ ୭୦ ଦିନ ଧରି ମଣତି ଗଣତି କାର୍ଯ୍ୟ କରାଯାଇଥିଲା।
Comments are closed.