www.samajalive.in
Wednesday, December 10, 2025
15.1 C
Bhubaneswar

ଷ୍ଟାର୍ମରଙ୍କ ବିଜୟ ଭାରତର କାଶ୍ମୀର ଚିନ୍ତା ବଢ଼ାଇବ

ଲଣ୍ଡନ: ବ୍ରିଟେନ ସଂସଦ ନିର୍ବାଚନରେ ଲେବର ପାର୍ଟି କ୍ଷମତାକୁ ଆସିଥିବାବେଳେ ଭାରତ ପାଇଁ ଚିନ୍ତାର କାରଣ ହେବାକୁ ଯାଉଛି। କାରଣ ଲେବର ପାର୍ଟି ଭାରତର କାଶ୍ମୀର ପ୍ରସଙ୍ଗକୁ ଗୁରୁତ୍ବ ଦେଇଥାଏ। ଏଥିପାଇଁ ଲେବର ପାର୍ଟି ସରକାର ସହିତ ଭାରତର ସମ୍ପର୍କ ସର୍ବଦା ତିକ୍ତ ହୋଇଥାଏ। କାଶ୍ମୀର ପ୍ରସଙ୍ଗକୁ ଲେବର ପାର୍ଟି ସମାଲୋଚନା କରିବା ସହିତ ଏହି ବିବାଦର ସମାଧାନ ପାଇଁ ତୃତୀୟ ପକ୍ଷର ହସ୍ତକ୍ଷେପକୁ ସମର୍ଥନ କରିଥାଏ। ୨୦୧୯ରେ ଭାରତ ସରକାର କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ବେଳେ ଲେବର ପାର୍ଟି କହିଥିଲା ଯେ କାଶ୍ମୀର ହେଉଛି ଏକ ବିବାଦୀୟ ଅଞ୍ଚଳ। ଜାତିସଂଘ ପ୍ରସ୍ତାବ ଅନୁଯାୟୀ କାଶ୍ମୀରବାସୀ ନିଜର ଭବିଷ୍ୟତ ନିଜେ ସ୍ଥିର କରିବା ଦରକାର। ଲେବର ପାର୍ଟି ନେତା ଜେରେମି କୋରବାଇନ୍ସଙ୍କ ନେତୃତ୍ବରେ ଦଳ ଏକ ଜରୁରୀ ପ୍ରସ୍ତାବ ଆଗତ ପୂର୍ବକ କାଶ୍ମୀରକୁ ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ଲେବର ପାର୍ଟିର କାଶ୍ମୀର ସପକ୍ଷବାଦୀ ଆଭିମୁଖ୍ୟ ପାଇଁ ଏହି ଦଳ ଇଂଲଣ୍ଡର ମୁସଲମାନ ବହୁଳ ଅଞ୍ଚଳରେ ଅଧିକ ଆସନ ପାଇବାରେ ସଫଳ ହୋଇଛି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories