www.samajalive.in
Sunday, December 7, 2025
26.1 C
Bhubaneswar

ରତ୍ନଭଣ୍ଡାର ଗଣତି ଓ ମଣତି ପାଇଁ ପ୍ରସ୍ତୁତ ହେବ ଏସଓପି-ଜଷ୍ଟିସ ରଥ

ଭୁବନେଶ୍ବର: ଏଇ ରଥଯାତ୍ରା ସମୟରେ ନା ନୀଳାଦ୍ରି ବିଜେ ଖୋଲିବ ରତ୍ନଭଣ୍ଡାର। ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ଜଣିଆ କମିଟି ଗଠନ କରାଯାଇଛି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥ ଗଠିତ ହୋଇଥିବା ୧୬ଜଣିଆ କମିଟିର ଅଧ୍ୟକ୍ଷ ରହିଛନ୍ତି। ଶନିବାର ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ବସିବ। ଏହା ପୂର୍ବରୁ ଅର୍ଥାତ ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଠାକୁରଙ୍କ ନିର୍ଦେଶରେ ସରକାର ନୂଆ କମିଟି ଗଢ଼ିଛନ୍ତି। ବୈଠକରେ ୧୬ଜଣ ଦକ୍ଷ ଓ ବିଷେଜ୍ଞ ରହିଛନ୍ତି। ସେମାନଙ୍କ ସହିତ ପ୍ରଥମେ ବିସ୍ତୃତ ଆଲୋଚନା କରାଯିବ। ରତ୍ନଭଣ୍ଡାର ଖୋଲିବା ପରେ ଗଣତି-ମଣତି ନେଇ ନିଷ୍ପତ୍ତି ନିଆଯିବ। ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବଡ଼ କାମ। ଦୀର୍ଘ ୪୬ ବର୍ଷ ପରେ ଆମେ ଏହି କାର୍ଯ୍ୟ କରୁଛୁ। କମିଟି ନିଷ୍ପତ୍ତି ଅନୁସାରେ ଏସଓପି ପ୍ରସ୍ତୁତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

- Advertisement -

ଅପରପକ୍ଷରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ୨୪ ବର୍ଷ ଧରି ଯେଉଁ ସରକାର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନେଇ ପାରିନଥିଲେ। କ୍ଷମତାକୁ ଆସିବାର ମାତ୍ର ୨୪ ଦିନରେ ବିଜେପି ସରକାର ରତ୍ନଭଣ୍ଡାର ଖୋଲିବାକୁ ନୂଆ କମିଟି ଗଢ଼ିଛନ୍ତି। ଆସନ୍ତାକାଲି କମିଟି ବୈଠକରେ ଏନେଇ ମୋଡ଼ାଲିଟି ଫିକ୍ସ ହେବ। ଭଣ୍ଡାର ଘର କେବେ ଖୋଲିବ ସେ ତାରିଖ ବି ଘୋଷଣା ହେବ। ରତ୍ନଭଣ୍ଡାରରେ ପ୍ରତିଟି ଦୃଶ୍ୟର ଡିଜିଟାଇଜେସନ ହେବ। ଯାହା ଆଗାମୀ ୫୦ ବର୍ଷ ପାଇଁ ଦରକାରୀ ସାବ୍ୟସ୍ତ ହେବ।

ରତ୍ନଭଣ୍ଡାର ଯାଞ୍ଚ କମିଟି ସଦସ୍ୟ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ କହିବା ଅନୁଯାୟୀ ମାଲିକ ଘରେ ନ ଥିବା ସମୟରେ ତାଙ୍କ ଅଳଙ୍କାର ବାକ୍ସ ଖୋଲାଯିବା ଠିକ ହେବ ନାହିଁ। ନୀଳାଦ୍ରି ବିଜେ ପରେ ହିଁ ରତ୍ନଭଣ୍ଡାର ଖୋଲି ଗଣତି-ମଣତି ପାଇଁ ସେ ପ୍ରସ୍ତାବ ଦେଇପାରିବେ।

ଏଠାରେ ସୂଚନା ଯୋଗ୍ୟ ରେ ରାଜ୍ୟ ସରକାରଙ୍କ ପକ୍ଷରୁ  ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ଜଣିଆ କମିଟି ଗଠନ କରାଯାଇଛି । ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଏହି  ଯାଞ୍ଚ କମିଟି ଗଠିତ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥ ଗଠିତ ହୋଇଥିବା ୧୬ଜଣିଆ କମିଟିର ଅଧ୍ୟକ୍ଷ ରହିଛନ୍ତି। ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ କରାଯାଇଛି। ଜୁଲାଇ ୬ ତାରିଖରେ କମିଟିର ବୈଠକ ବସିବ ଏବଂ ଏହି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। କେଉଁଭଳି କାର୍ଯ୍ୟ ଆଗକୁ ଯିବ, ମୋଡାଲିଟି ପ୍ରସ୍ତୁତ କରାଯିବ। କମିଟି ନିଷ୍ପତ୍ତି ଆଧାରରେ ନିର୍ଦ୍ଧାରିତ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories