www.samajalive.in
Saturday, December 6, 2025
15.1 C
Bhubaneswar

ଫ୍ରାନ୍ସ କମ୍ପାନୀ ଉପରେ ବୋମାମାଡ଼ କଲା ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବା ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପାଶ୍ଚାତ୍ୟ ଦେଶଗୁଡ଼ିକୁ ପରାମର୍ଶ ଦେବା ପରେ ଯୁଦ୍ଧ ପରିସ୍ଥିତି ଅଧିକ ଜଟିଳ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସିଧାସଳଖ ଫ୍ରାନ୍ସକୁ ସମାଲୋଚନା କରିବା ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଆଉ ଗୋଟିଏ ପାଦ ଆଗକୁ ଯାଇ ଲେବାନନରେ ଥିବା ଫ୍ରାନ୍ସ କମ୍ପାନୀ ଉପରେ ଆକ୍ରମଣ କରିଛି। ଲେବାନନ ରାଜଧାନୀ ବେରୁତ ସହରରେ ଥିବା ଫ୍ରାନ୍ସର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଟୋଟାଲଏନର୍ଜିଜ୍‌ ଗ୍ୟାସ କମ୍ପାନୀ ଉପରେ ଆଇଡିଏଫ ବୋମାମାଡ଼ କରିଛି। ଆକାଶମାର୍ଗରୁ ଏହି କମ୍ପାନୀକୁ ଟାର୍ଗେଟ କରିଛି ଆଇଡିଏଫ। ଏହା ପରେ ଗ୍ୟାସ ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଇସ୍ରାଏଲ ଗାଜାପଟିରେ ଆକ୍ରମଣ ଜାରି ରଖିଥିବାରୁ ଫ୍ରାନ୍ସ ଏହାକୁ ବିରୋଧ କରିଛି। ଯୁଦ୍ଧ ବଦଳରେ କୁଟନୈତିକ ସ୍ତରରେ ଆଲୋଚନା କରି ସମାଧାନ କରିବାକୁ ଫ୍ରାନ୍ସ ଇସ୍ରାଏଲକୁ ପରାମର୍ଶ ଦେଉଛି। କିନ୍ତୁ ଗାଜାପଟିରେ ସରକାର ଚଳାଇଥିବା ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଗତବର୍ଷ ଅକ୍ଟୋବର ୭ ତାରିଖରେ ୫ ହଜାରରୁ ଅଧିକ ରକେଟ ମାଡ଼ କରିବାରୁ ୧୨୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ। ଏହି ଆତଙ୍କବାଦୀ ସଂଗଠନର ବଡ଼ ସମର୍ଥକ ହେଉଛି ଇରାନ। ତେଣୁ ଫ୍ରାନ୍ସ ଆତଙ୍କବାଦୀଙ୍କ ସପକ୍ଷରେ କଥା କହୁଥିବା ନେତାନ୍ୟାହୁ ଦର୍ଶାଇବା ସହିତ ପାଶ୍ଚାତ୍ୟ ଦେଶଗୁଡ଼ିକ ବିନା ସେ ଯୁଦ୍ଧ ଜିତିପାରିବେ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories