www.samajalive.in
Saturday, December 6, 2025
15.1 C
Bhubaneswar

କୋରିଓଗ୍ରାଫର ଜାନୀ ମାଷ୍ଟରଙ୍କୁ ବଡ଼ ଝଟ୍‌କା; ଜାତୀୟ ପୁରସ୍କାର ପ୍ରତ୍ୟାହୃତ

ନୂଆଦିଲ୍ଲୀ: ରାଜକୁମାର ରାଓ-ଶ୍ରଦ୍ଧା କପୁର ଅଭିନୀତ ଚଳଚ୍ଚିତ୍ର ‘ସ୍ତ୍ରୀ ୨’ର ଲୋକପ୍ରିୟ ଗୀତ ‘ଆଇ ନେହିଁ’ର କୋରିଓଗ୍ରାଫର ଶେଖ୍‌ ଜାପୀ ବାଶା ଓରଫ୍‌ ଜାନୀ ମାଷ୍ଟରଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଦୁଷ୍କର୍ମ ଅଭିଯୋଗରେ ଜାନୀ ମାଷ୍ଟର ସେପ୍ଟେମ୍ବର ୧୯ରୁ ଜେଲରେ ଅଛନ୍ତି। ଇତି ମଧ୍ୟରେ ତାଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ‘ମେଘମ୍ କରୁକ୍କଥା’ ଗୀତ ପାଇଁ ‘ଶ୍ରେଷ୍ଠ କୋରିଓଗ୍ରାଫି ବର୍ଗ’ରେ ଜାନୀ ମାଷ୍ଟରଙ୍କୁ ମିଳିବାକୁ ଥିବା ଜାତୀୟ ପୁରସ୍କାର ପ୍ରତ୍ୟାହାର କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେଲ୍ ଏକ ବୟାନ ଜାରି କରି ଘୋଷଣା କରିଛି ଯେ, ଜାନୀ ମାଷ୍ଟରଙ୍କୁ ଦିଆଯିବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ରଦ୍ଦ କରିଦିଆଯାଇଛି। ଏହା ବ୍ୟତୀତ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବରେ ଯୋଗ ଦେବାପାଇଁ ଜାନୀ ମାଷ୍ଟରଙ୍କୁ ଦିଆଯାଇଥିବା ନିମନ୍ତ୍ରଣକୁ ମଧ୍ୟ ରଦ୍ଦ କରି ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories