www.samajalive.in
Monday, December 8, 2025
16.1 C
Bhubaneswar

ଆସିଲା ‘ମା କାଳୀ’ ପୋଷ୍ଟର; ବଡ଼ ପରଦାରେ ପାଦ ଥାପିବାକୁ ପ୍ରସ୍ତୁତ ୟୁପିର ପୂର୍ବତନ ଆଇଏଏସ ଅଧିକାରୀ

ମୁମ୍ବଇ: କାର୍ତ୍ତିକେୟ-୨ର ନିର୍ମାତା, ପିପଲ ମିଡିଆ ଫ୍ୟାକ୍ଟ୍ରି ଓ ବିଜୟ ୟେଲକାନ୍ତିଙ୍କ ସହଯୋଗରେ ୧୯୪୬ରେ କଲିକତାରେ ଘଟିଥିବା ହତ୍ୟାକାଣ୍ଡର କାହାଣୀକୁ ବଡ଼ ପରଦାକୁ ଆଣିବାକୁ ପ୍ରସ୍ତୁତ। ନିକଟରେ ଫିଲ୍ମ ‘ମା କାଳୀ’ର ପୋଷ୍ଟର ରିଲିଜ ହୋଇଛି, ଯାହାକୁ ଦେଖି ଲୋକଙ୍କ ଉତ୍ସାହ ବୃଦ୍ଧି ପାଇଛି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ରାଇମା ସେନ୍ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଅଭିଷେକ ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଏହି ପୋଷ୍ଟର ସହ ନିର୍ମାତା ଟିଜର ଲଞ୍ଚ୍‌ର ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଅଗଷ୍ଟ ୧୬, ୧୯୪୬ର ମହତ୍ଵପୂର୍ଣ୍ଣ ଘଟଣାକୁ ସାମ୍ନାକୁ ଆଣିବ। ଫିଲ୍ମ ‘ମା କାଳୀ’ ବଙ୍ଗ ବିଭାଜନ ପୂର୍ବର ସେହି ଛାତିଥରା ଘଟଣା ବିଷୟରେ କହିବାକୁ ଚେଷ୍ଟା କରିବ, ଯାହା ବିଷୟରେ ଅନେକ ଲୋକ ଜାଣି ନାହାନ୍ତି।

- Advertisement -

ହିନ୍ଦୀରେ ଶୁଟ୍‌ କରାଯାଇଥିବା ‘ମା କାଳୀ’ ବଙ୍ଗଳା ଓ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। ଟିଜି ବିଶ୍ୱ ପ୍ରସାଦଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରକୁ ଚଳିତ ବର୍ଷ ରିଲିଜ୍ କରିବାକୁ ଯୋଜନା କରାଯାଉଛି। ଫିଲ୍ମର ଟିଜର ଜୁଲାଇ ୪ରେ ଲଞ୍ଚ୍‌ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories