www.samajalive.in
Friday, December 5, 2025
17.1 C
Bhubaneswar

ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉଙ୍କୁ ଆଜି ଲାଗି ହେବ ଦଶମୂଳ ମୋଦକ

ପୁରୀ : ଜ୍ବରପୀଡ଼ା ଲାଘବ ହେବା ପରେ ସୋମବାର ଚକା ଉପରେ ବିଜେ କରିଛନ୍ତି ଦାରୁବ୍ରହ୍ମ। ଶ୍ରୀଜଗନ୍ନାଥ ମନ୍ଦିର ଅନବସର ଘରେ ତିନୋଟି ଚକା ଉପରେ ଦଇତାପତି ମହାପ୍ରଭୁଙ୍କୁ ବିଜେ କରାଇଛନ୍ତି। ଅନବସର ଘର ତାଟି ଖୋଲିବା ପରେ ଦଇତାପତି ଭିତରେ ପ୍ରବେଶ କରିଥିଲେ। ଶ୍ରୀଜୀଉଙ୍କୁ ପଣା, ଚକଟା ଏବଂ ଫଳ ଭୋଗ କରାଯାଇଥିଲା। ଆଜି (ମଙ୍ଗଳବାର) ପ୍ରଭୁଙ୍କୁ ଦଶମୂଳ ମହୋଷଧି ଅର୍ପଣ କରାଯିବ। ଏହାପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବା ବିଶ୍ୱାସ ରହିଛି। ରାଜବୈଦ୍ୟମାନେ ନିଜ ଘରେ ଅତ୍ୟନ୍ତ ନିଷ୍ଠାର ସହ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମହୋଷଧି ପ୍ରସ୍ତୁତ କରିଥିଲେ। ପରମ୍ପରା ଅନୁଯାୟୀ ବେଲ, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣୀ, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା,ପାଟେଳୀ ଆଦି ୧୦ ପ୍ରକାର ଚେରମୂଳିରେ ମହୋଷଧି ପ୍ରସ୍ତୁତ କରାଯାଇଛି। ରାଜବୈଦ୍ୟ ତାହାକୁ ସଂଗ୍ରହ କରିବା ପରେ ଭଲ ଭାବେ ଧୁଆ ଯାଇଥିଲା। ଖରାରେ ଶୁଖାଇବା ପରେ ଗୁଣ୍ଡ କରାଯାଇଥିଲା। ସେଥିରେ କ୍ଷୀର ଓ ମହୁ ମିଶ୍ରଣ କରାଯାଇ ମୋଦକ ରନ୍ଧା ଯିବାପରେ ଛୋଟ ଛୋଟ ଗୁଳା କରାଯାଇଥିଲା। ତିନିଗୋଟି ପାତ୍ରରେ ରାଜବୈଦ୍ୟ ତାହାକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ଗାରଦରେ ସୋମବାର ପ୍ରଦାନ କରିଛନ୍ତି। ମଙ୍ଗଳବାର ପତି ମହାପାତ୍ର ସେବକ ତାହାକୁ ସଂସ୍କାର କରିବେ। ଏହାପରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ମହୋଷଧି ଅର୍ପଣ କରାଯିବ। ଏହାଛଡା ଏକାଦଶୀ ତିଥିରେ ଠାକୁରଙ୍କୁ ଖଳିଲାଗି କରାଯିବ। ୩ ତାରିଖ ଦ୍ବାଦଶୀ ତିଥିରେ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ। ଦଇତାପତିମାନେ ଶ୍ରୀନହରକୁ ଯାଇ ଶ୍ରୀଜୀଉଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବେ। ଆଗାମୀ ୭ ତାରିଖ ଦିନ ଦାରୁବ୍ରହ୍ମଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories