www.samajalive.in
Monday, December 15, 2025
16.1 C
Bhubaneswar

ନୀତା ଫୁଟବଲ ଏକାଡେମୀ ପରିଦର୍ଶନ କଲେ ସର୍ବଭାରତୀୟ ଫୁଟବଲ ମହାସଂଘ ନିର୍ଦ୍ଦେଶକ

ଗୁରୁଡିଝାଟିଆ: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ)ର ବୈଷୟିକ ନିର୍ଦ୍ଦେଶକ ଶୟେଦ ସବିର ପାସାଙ୍କ ରାଧାଦାମୋଦରପୁରସ୍ଥିତ ନୀତା ଫୁଟୁବଲ ଏକାଡେମୀ ପରିଦର୍ଶନ କରିଛନ୍ତି । ରବିବାର ଅପରାହ୍ନରେ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ପାସା ନୀତା ଫୁଟୁବଲ ଏକାଡେମୀର ମହିଳା ଖେଳାଳୀମାନଙ୍କ ସହିତ ଭାବ ବିନିମୟ କରି ଦେଶ ପାଇଁ ଗୌରବ ଆଣିଦେବାକୁ ହେଲେ ନିଷ୍ଠା, ଚତୁରତା ସହିତ ପ୍ରତିପକ୍ଷର ଆକ୍ରମଣକୁ ପଣ୍ଡ କରି କିଭଳି ଭାବେ ଉନ୍ନତମାନର ଖେଳ ଖେଳିହେବ ସେ ସଂପର୍କରେ ବୁଝାଇଥିଲେ । ଏଥିସହିତ ଖେଳପଡିଆ, ପ୍ରଶିକ୍ଷଣ କେନ୍ଦ୍ର ବୁଲି ଦେଖିବା ସହ ଉପସ୍ଥିତ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ଭାରତୀୟ ମହିଳା ଫୁଟବଲ ଲେବୁଲ-୨ରେ ରନର୍ସଅପ ହୋଇଥିବା ଅନୁଷ୍ଠାନର ଖେଳାଳିଙ୍କୁ ଶ୍ରୀ ପାସା ପ୍ରଂଶସା କରି ଆଗକୁ ବଢିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ପ୍ରାରମ୍ଭରେ ନୀତା ଫୁଟୁବଲ ଏକାଡେମୀର ପ୍ରତିଷ୍ଠାତା ଇଂ ସୁବ୍ରତ ଦାସ ଶ୍ରୀ ପାସାଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି ପରିଦର୍ଶନ ସମୟରେ ନୀତା ଫୁଟୁବଲ ଏକାଡେମୀର ପରାମର୍ଶଦାତା ମହମ୍ମଦ ସୟଦ ଜବର, ଫିଫାର ଓଡିଶା ଶାଖାମିତ୍ର ସୁନିଲ ମିତ୍ର, ନୀତା ଫୁଟୁବଲ ଏକାଡେମୀର ପିନାକୀ ମିଶ୍ର, ପ୍ରଦୀପ କୁମାର ରାଉତ ଓ ଅଭିଜିତ୍‌ କାନୁନଗୋ ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories