www.samajalive.in
Sunday, December 7, 2025
13.1 C
Bhubaneswar

ଜନଜାତି ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଯୋଜନା ବାଟବଣା

ଗୁରୁଡିଝାଟିଆ: ବର୍ଷା ଅନବରତ ଲାଗିରହିଛି । ସହଜେ ଆଷାଢ ମାସ । ସରୀସୃପଙ୍କଠାରୁ  ଆରମ୍ଭ କରି ମଶାଙ୍କ ପ୍ରାଦୁର୍ଭାବ ଦେଖାଦେଲାଣି । ମଶା ଦ୍ୱାରା ମ୍ୟାଲେରିଆ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି । ବିଶେଷତଃ କଟକ ଜିଲ୍ଲାର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଗୋବରା, କୁମାରପୁର, ରାଧାକିଶୋରପୁର, ରାଧାକୃଷ୍ଣପୁର, ଖୁଣ୍ଟୁଣୀ, ଡାଳଭାଗ, ମଞ୍ଚେଶ୍ୱର, ଗୁରୁଡିଝାଟିଆ ଆଦି ପଞ୍ଚାୟତର ଜଙ୍ଗଲ ପାଶ୍ୱର୍ବର୍ତ୍ତୀ ଗାଁଗୁଡିକ ମ୍ୟାଲେରିଆ ପ୍ରବଣ ଭାବେ ବେଶ ପରିଚିତ । ବର୍ଷାଦିନେ ମ୍ୟାଲେରିଆ ପାଇଁ ଗୋବରା ପଞ୍ଚାୟତର ଭଗୁଆ ଓ ଓର୍ଦା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଥାଏ । ତେଣୁ ଏବେଠାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ କରିବା ପାଇଁ ବନ୍ଦୋବସ୍ତ କରା ନ ଗଲେ ଆଗାମୀ ଦିନରେ ସମସ୍ୟା ଗମ୍ଭୀର ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ହେଲେ ଏବେ ସୁଦ୍ଧା କୌଣସି ଅଞ୍ଚଳରେ ସଚେତନତା ଓ ନମୁନା ପରୀକ୍ଷା କରାଯାଇନାହିଁ । ଯାହାକି ଆଗାମୀ ଦିନରେ ଗୁରୁଡିଝାଟିଆ ଅଞ୍ଚଳର ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗାଁମାନଙ୍କରେ ମ୍ୟାଲେରିଆ ସମାସ୍ୟା ଅଣାୟତ୍ତ ହେବ । ଏପରିକି ବ୍ୟାପକ ସଚେତନତା କରିବା ସହିତ ଜନସାଧାରଣଙ୍କୁ ଔଷଧବୋଳା ମଶାରୀ ବଣ୍ଟନ କରାଯାଉନାହିଁ । ବିଗତ ଦିନରେ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା ରହିଥିବା ବେଳେ ଏବେ କଣ ପାଇଁ ଆଷାଢ ମାସରେ ମ୍ୟାଲେରିଆ ସମୟରେ ବ୍ୟାପକ ସଚେତନତା କରାଯାଉନାହିଁ କିମ୍ବା ମଶାରୀ ପ୍ରଦାନ କରାଯାଉନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରାଙ୍କୁ ପଚାରିବାରୁ କହିଥିଲେ, ବର୍ଷର ବିଭିନ୍ନ ଦିନରେ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ପାଇଁ ସଚେତନତା କରାଯାଉଛି ଏବଂ ରାଜ୍ୟ ସରକାର ମଶାରୀ ପ୍ରଦାନ କଲେ ଲୋକମାନଙ୍କୁ ପ୍ରଦାନ କରାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories