www.samajalive.in
Saturday, December 6, 2025
26.1 C
Bhubaneswar

ଗୁଣି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ, ପିଟିପିଟି ହତ୍ୟା !

ପଦ୍ମପୁର: ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି ଏବଂ ଉତ୍ୟକ୍ତ ଲୋକେ ସେହି ବ୍ୟକ୍ତିଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଗୁଣପୁରର ପଦ୍ମପୁର ଥାନା ଅନ୍ତର୍ଗତ ହାଟପଦା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମଳିଛି।

ଗୁଣପୁରର ପଦ୍ମପୁର ଥାନା ଅନ୍ତର୍ଗତ ହାଟପଦା ସାହିର ଜଣେ ବ୍ୟକ୍ତିଙ୍କ୨ ଦିନ ମୃତ୍ୟୁ ହୋଇଥିଲା। ତେଲି ସାହିର ଜଣେ ବ୍ୟକ୍ତି ତାଙ୍କୁ ଗୁଣି କରି ଗ୍ରାମବାସୀ ସନ୍ଦେହ କରିଥିଲେ। ଫଳରେ ସନ୍ଦେହ କରିଥିବା ତେଲି ସାହିର ବ୍ୟକ୍ତିଙ୍କୁ ହାଟପଦା ସାହିର ଲୋକେ ଏକତ୍ରିତ ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।  ଖବର ପାଇ ପଦ୍ମପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଉତ୍ୟକ୍ତ ଲୋକେ  ଆଇଆଇସିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

- Advertisement -

ରାୟଗଡ଼ା ଜିଲା ପଦ୍ମପୁର ଥାନା ଅଂଚଳରେ ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପଦ୍ମପୁର ତେଲି ସାହିର ଭୈରବ ସାହୁ(୫୦)। ସୋମବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଥିବା ଆଇଆଇସି ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି।

ଆକ୍ରମଣକାରୀଙ୍କୁ ଅଟକାଇବାକୁ ଯାଇ ଆଇଆଇସି ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ଷ୍ଟିଚ ପଡ଼ିଥିବା ଜଣାପଡିଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୁଲିସ ଏଏସପି ଅମୂଲ୍ୟ ଧର, ଗୁଣପୁର ଏସଡିପିଓ ବାବୁଲି ନାୟକଙ୍କ ନେତୃତ୍ବରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ରାତି ପ୍ରାୟ ୧୨ଟା ସମୟରେ ଗୁଣି ଗାରେଡ଼ି ସନ୍ଦେହରେ ଭୈରବଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ସେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଲୋକେ।  ଖବରପାଇ ଆଇଆଇସି ଓ ପୁଲିସ ଟିମ୍ ଆକ୍ରମଣକାରୀଙ୍କୁ ଅଟକାଇବା ବେଳେ ଆଇଆଇସି ପ୍ରଧାନଙ୍କ ଉପରେ ମଧ୍ୟ ଲୋକେ ଆକ୍ରମଣ କରିଥିଲେ। ଫଳରେ ଆଇଆଇସି ଆହତ ହୋଇଥିଲେ।

ତେବେ ଭୈରବଙ୍କୁ ପୁଲିସ ଘଟଣାସ୍ଥଳରୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ରହିଛି। ଆକ୍ରମଣ ଘଟଣାର ମୁଖ୍ୟ ସୂତ୍ରଧାରିଙ୍କୁ ପୁଲିସ ଖୋଜୁଛି। ପଦ୍ମପୁର ଥାନା ପୁଲିସ୨୦ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖି ଖୋଳତାଡ଼ ଆରମ୍ଭ କରିଛି। ଏନେଇ ପଦ୍ମପୁର ଥାନା କେସ ନଂ ୬୦ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଆଇଆଇସି କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories