www.samajalive.in
Saturday, December 6, 2025
23.1 C
Bhubaneswar

ପୂର୍ବତନ ଡିଜିପିଙ୍କୁ ହତ୍ୟା ଘଟଣା: ପତ୍ନୀ ଓ ଝିଅ ଗିରଫ

ବେଙ୍ଗାଲୁରୁ : ​‌କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦେଶକ (ଡିଜିପି) ଓମ୍ ପ୍ରକାଶଙ୍କୁ ହତ୍ୟା ଘଟଣାରେ ତାଙ୍କ ପତ୍ନୀ ଓ ଝିଅଙ୍କୁ ଗିରଫ କରାଯାଇଛି। ଓମ୍ ପ୍ରକାଶଙ୍କ ହତ୍ୟାକୁ ନେଇ ତାଙ୍କ ପୁଅ କାର୍ତ୍ତିକେଶ କରିଥିବା ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ପତ୍ନୀ ପଲ୍ଲବୀ ଓ ଝିଅ କୀର୍ତ୍ତିଙ୍କୁ ଗିରଫ କରିଛି। ଓମ୍ ପ୍ରକାଶଙ୍କୁ ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ଏଚଏସଆର ଲେଆଉଟ୍‌ସ୍ଥିତ ବାସଭବନରେ ହତ୍ୟା କରାଯାଇଥିଲା। କାର୍ତ୍ତିକେଶ ଅଭିଯୋଗ କରିଛନ୍ତି ଯେ ମା’ ପଲ୍ଲବୀ ପିତାଙ୍କୁ ହତ୍ୟା କରିବା ଲାଗି ଏକ ସପ୍ତାହ ହେଲା ଧମକ ଦେଇ ଆସୁଥିଲେ। ମା’ଙ୍କ ହତ୍ୟା ଧମକକୁ ନେଇ ପିତା ବଡ ଭଉଣୀ ସରିତା କୁମାରୀଙ୍କ ଘରେ ରହୁଥିଲେ। ଦୁଇଦିନ ପୂର୍ବେ ସାନ ଭଉଣୀ କୀର୍ତ୍ତି ବଡ ଭଉଣୀ ସରିତାଙ୍କ ଘରକୁ ଯାଇ ପିତାଙ୍କୁ ଘରକୁ ଫେରିଯିବାକୁ ବାଧ୍ୟ କରିଥିଲେ। ପିତାଙ୍କ ଅନିଚ୍ଛା ସତ୍ତ୍ବେ ସାନ ଭଉଣୀ କୀର୍ତ୍ତି ତାଙ୍କୁ ଘରକୁ ସାଙ୍ଗରେ ନେଇ ଆସିଥିଲେ। ଘରେ ସାନ ଭଉଣୀ ଓ ମା’ ପିତାଙ୍କୁ ହତ୍ୟା କରିଛନ୍ତି। ରବିବାର ଅପରାହ୍ଣ ପ୍ରାୟ ୫ଟା ସମୟରେ ତାଙ୍କର ଜଣେ ପଡୋଶୀ ଫୋନ କରି ପିତା ରକ୍ତାକ୍ତ ଅବସ୍ଥାରେ ଘର ଶିଡିରେ ପଡିଥିବା କହିଥିଲେ। ଫୋନ କଲ୍‌ ପାଇବା ପରେ ସେ ତୁରନ୍ତ ଘରେ ପହଞ୍ଚିଥିଲେ। ସେତେବେଳକୁ ବରିଷ୍ଠ ପୁଲିସ ଅଧିକାରୀ ଓ ଅନ୍ୟ ପଡୋଶୀମାନେ ଘରେ ରୁଣ୍ଡ ହୋଇଥିଲେ। ପିତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ସେ ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡ ଓ ଶରୀରରେ କ୍ଷତ ହୋଇଥିଲା। ତାଙ୍କୁ ସେଣ୍ଟ ଜନ୍ସ ହସ୍ପିଟାଲକୁ ନିଆଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମା ପଲ୍ଲବୀ ଓ ଭଉଣୀ କୀର୍ତ୍ତି ନିୟମିତ ଭାବେ ପିତାଙ୍କ ସହିତ ଝଗଡା କରୁଥିଲେ ବୋଲି କାର୍ତ୍ତିକେଶ ଅଭିଯୋଗ କରିଛନ୍ତି। ତେଣୁ ଏହି ଦୁଇଜଣ ପିତାଙ୍କୁ ହତ୍ୟା କରିଛନ୍ତି। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୁଲିସକୁ ନିବେଦନ କରିଛନ୍ତି।
ଅନ୍ୟପଟେ ପତ୍ନୀ ପଲ୍ଲବୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପଣବନ୍ଦୀ ଭାବେ ରଖାଯାଇଥିଲା। ସ୍ବାମୀଙ୍କ ଏଜେଣ୍ଟମାନେ ସର୍ବଦା ତାଙ୍କ ଗତିବିଧି ଉପରେ ନଜର ରଖିଆସୁଥିଲେ। ଏପରିକି ତାଙ୍କୁ ଖାଦ୍ୟରେ ବିଷ ଦିଆଯାଉଥିଲା। ବିଷ ପ୍ରଭାବରେ ତାଙ୍କ କିଡନୀ ନଷ୍ଟ ହୋଇଥିବା କହିଛନ୍ତି। ପଲ୍ଲବୀ କହିଛନ୍ତି ଯେ ଘରୋଇ ସହାୟକ ଓ ରୋଷେୟାଙ୍କୁ ଲାଞ୍ଚ ଦିଆଯାଇ ତାଙ୍କୁ ଅପମିଶ୍ରିତ ଖାଦ୍ୟ ଖାଇବାକୁ ଦିଆଯାଉଥିଲା। ଏପରିକି ଜମାଟୋ ଓ ସ୍ବିଗ୍ବି ଭଳି ଖାଦ୍ୟ ଯୋଗାଣକାରୀ ସଂସ୍ଥାକୁ ପ୍ରଭାବିତ କରି ଖାଦ୍ୟରେ ବିଷ ମିଶାଯାଉଥିଲା। ପଲ୍ଲବୀ ହ୍ବାଟ୍ସଆପ୍ ମାଧ୍ୟମରେ ଏହିସବୁ ଅଭିଯୋଗ କରିଥିବା ଜଣାଯାଇଛି। ତେବେ ପୁଲିସ ହତ୍ୟା ପଛର କାରଣ କ’ଣ ତାହା ଜାଣିବା ଲାଗି ତଦନ୍ତ ଜାରି ରଖିଥିବା କହିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories