ଦିଗପହଣ୍ଡି: ପାଟପୁର ଥାନା ରାମଚନ୍ଦ୍ରପୁର କାଳିଆ ଘାଇ କେନାଲ ନିକଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ ବାଇକ ପଡ଼ିଛି, କେହି ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ଆଜି ସକାଳୁ ପାଟପୁର ଥାନା ରାମଚନ୍ଦ୍ରପୁର କାଳିଆ ଘାଇ କେନାଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପାଟପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ପରେ ତଦନ୍ତ ଆରମ୍ଭ କରିଥିଲା।
ପ୍ରାଥମିକ ରିପୋର୍ଟ ଅନୁଯାୟୀ ଯୁବକଙ୍କୁ କେହି ହତ୍ୟା କରବା ପରେ ଏଠାରେ ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି। ଯୁବକଙ୍କ ପରିଚୟ ମିଳିପାରିନଥିବାବେଳେ ତଦନ୍ତ ପରେ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପାଟପୁର ଥାନା ପୁଲିସ ସୂଚନା ଦେଇଛି।



