www.samajalive.in
Monday, December 8, 2025
13.1 C
Bhubaneswar

ମନି ଲଣ୍ଡରିଂ ମାମଲା, ମହେଶବାବୁଙ୍କୁ ଇଡି ସମନ

ହାଇଦ୍ରାବାଦ : ମନି ଲଣ୍ଡରିଂ ମାମଲାରେ ଏପ୍ରିଲ ୨୮ ତାରିଖରେ ହାଜର ହେବାକୁ ଲଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)  ସମନ ଜାରି କରିଛି। ହାଇଦ୍ରାବାଦରେ ଏକ ରିଅଲ୍ ଇଷ୍ଟେଟ୍ ଠକେଇ ମାମଲାରେ ଟଲିଉଡ୍ ସୁପରଷ୍ଟାର ମହେଶ ବାବୁଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି। ହାଇଦ୍ରାବାଦର ଦୁଇଟି ରିଅଲ୍ ଇଷ୍ଟେଟ୍ ଗୋଷ୍ଠୀ କ୍ରେତାଙ୍କୁ ଠକିବା ଏବଂ ମନି ଲଣ୍ଡରିଂ କାର୍ଯ୍ୟରେ ଲିପ୍ତ ଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

ରିପୋର୍ଟ ଅନୁଯାୟୀ, ମହେଶ ଦୁଇଟି ରିଅଲ୍ ଇଷ୍ଟେଟ୍ ଗୋଷ୍ଠୀ – ସାଇ ସୂର୍ଯ୍ୟା ଡେଭଲପର୍ସ ଏବଂ ସୁରାଣା ଗ୍ରୁପର ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିଥିଲେ। ସେ ଏହି ଅନୁମୋଦନ ପାଇଁ ୫.୯୦ କୋଟି ଟଙ୍କା ପାଇଥିବା ଜଣାପଡ଼ିଛି, ଯାହା ମଧ୍ୟରୁ ୩.୪୦ କୋଟି ଟଙ୍କା ତାଙ୍କୁ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲାବେଳେ ବାକି ୨.୫୦ କୋଟି ଟଙ୍କା ନଗଦ ମାଧ୍ୟମରେ ପ୍ରଦାନ କରାଯାଇଥିଲା।
ନଗଦ କାରବାର ଏବେ ଇଡି ସ୍କାନର ଅଧୀନରେ ଅଛି। କାରଣ ନଗଦ ଟଙ୍କା ମନି ଲଣ୍ଡରିଂ ମାଧ୍ୟମରେ ବିଲ୍ଡରମାନଙ୍କ ଦ୍ୱାରା ସଂଗୃହୀତ ଅର୍ଥର ଏକ ଅଂଶ  ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟj ଅଧିକାରୀମାନେ ସନ୍ଦେହ କରୁଛନ୍ତି।

- Advertisement -

ଇଡି କହିଛି ଯେ ମହେଶ ସିଧାସଳଖ ଏହି ଠକେଇରେ ଜଡିତ ନଥାଇପାରନ୍ତି, କିନ୍ତୁ ସେ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିବା ଦ୍ୱାରା ଅନେକ କ୍ରେତା ସେମାନଙ୍କର କଠିନ ପରିଶ୍ରମର ଟଙ୍କା ଏଥିରେ ବିନିଯୋଗ କରିବାକୁ ଉତ୍ସାହିତ ହୋଇଥିଲେ। ମହେଶ ବାବୁଙ୍କ ଟିମ ପକ୍ଷରୁ ସମନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି  ବିବୃତ୍ତି ଜାରି କରାଯାଇନାହିଁ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories