www.samajalive.in
Saturday, December 6, 2025
23.1 C
Bhubaneswar

ଖୋଲିଲା ପୁଅ-ବୋହୂଙ୍କ ମୁଖା: ବାପାଙ୍କୁ ମାଡମାରି ହାତ ଗୋଡ଼ ବାନ୍ଧି କରିଥିଲେ ବନ୍ଦୀ

ସମାଜ ଡିଜିଟାଲ ଡେସ୍କ: ବାପାଙ୍କ ସେବା କରୁଥିବା ଭିଡିଓ କରି ରିଲ୍ସ କରୁଥିଲା ଓ ତାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ମଧ୍ୟ କରୁଥିଲା ପୁଅ। କିନ୍ତୁ ଏବେ ସାମ୍ନାକୁ ଆସିଛି କରିତକର୍ମା ପୁଅର ଅସଲ ଚେହେରା। ରିଲ୍ସରେ ସେବା ଆଉ ରିୟଲରେ ବାପାଙ୍କୁ ଅତ୍ୟାଚାର। ଏମିତି ଏକ ଦୁଃଖଦ ତଥା ଅମାନୁଷିକ ଘଟଣା ସାମ୍ନାକୁ ଆସିଛି କଟକ କାଠଯୋଡି ବିହାର ବସ୍ତିରୁ।

ବାପାଙ୍କୁ ମାଡମାରି ହାତ ଗୋଡ଼ ବାନ୍ଧି ଘରେ ବନ୍ଦୀ କରି ରଖିଥିଲେ ପୁଅ ପ୍ରକାଶ କୁମାର ମହାରଣା ଓ ବୋହୂ କାନନବାଳା ମହାରଣା। ହାତ ଓ ଗୋଡ଼ରେ ଶିକୁଳି ବନ୍ଧା ଯାଇଥିବା ଅବସ୍ଥାରେ କାଠଯୋଡି ବିହାର ବସ୍ତିସ୍ଥିତ ତାଙ୍କ ଘରୁ ଆହତ ବୃଦ୍ଧ ବସନ୍ତ ମହାରଣାଙ୍କୁ ଉଦ୍ଧାର କରିଛି ମର୍କତ ନଗର ଥାନା ପୁଲିସ୍। ବସନ୍ତଙ୍କୁ ଅଖିଆ ଅପିଆ ଘରେ ବାନ୍ଧି ତାଲା ପକେଇ ପୂଜା ଉପଭୋଗ କରିବାକୁ ପଳାଇଥଲେ ପୁଅ ବୋହୂ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ବୃଦ୍ଧ ବସନ୍ତ ମହାରଣାଙ୍କୁ ଉଦ୍ଧାର କରିଛି ପୁଲିସ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories