ତୁରନ୍ତ ଥଇଥାନ ଦାବିରେ ଉଠା ଦୋକାନୀ ମହାସଂଘ ପକ୍ଷରୁ ପ୍ରତିବାଦ
ସମାଜ ଡଜିଟାଲ ଡେସ୍କ: କଟକ ରାଣୀହାଟ ଅଞ୍ଚଳରେ ଉଚ୍ଛେଦ ହୋଇଥିବା ଉଠା ଦୋକାନୀମାନଙ୍କୁ ତୁରନ୍ତ ଥଇଥାନ କରିବା ସହ ସେମାନଙ୍କୁ କ୍ଷତିପୂରଣ ଓ ଭେଣ୍ଡିଂଜୋନ୍ ଯୋଗାଇ ଦେବା ଦାବିରେ ଉଠା ଦୋକାନୀ ମହାସଂଘ ପକ୍ଷରୁ ସୋମବାର ପ୍ରତିବାଦ କରାଯାଇଛି। କଲେଜ ଛକ ପାଖରୁ ଶତାଧିକ ଉଠା ଦୋକାନୀ ଏକ ଶୋଭାଯାତ୍ରାରେ ଆସି ରାଣୀହାଟ କ୍ଲକ୍ ଟାୱାର ଏକାଠି ହୋଇ ପ୍ରତିବାଦ କରିଛନ୍ତି। ମୁଖ୍ୟତଃ ଉଠା ଦୋକାନୀମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବାରୁ ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ କଟକ ସହରରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ମହାସଂଘ।
Comments are closed.