www.samajalive.in
Monday, December 15, 2025
16.1 C
Bhubaneswar

ମୋ ବସ୍ ସେବାକୁ ଗୋପାଳପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବି

ଗୋପାଳପୁର : ଗତ କିଛି ମାସ ତଳେ ପରିବହନ ବିଭାଗ ପକ୍ଷରୁ ବ୍ରହ୍ମପୁର ସହରରେ ମୋ ବସ ସେବା ଚାଲୁ କରାଯାଇଥିଲା। ଏହା ମଧ୍ୟରେ ଏଠାରେ କେବଳ ଏସି ମୋ ବସ ଗୁଡ଼ିକ ଚଳପ୍ରଚଳ କରୁଥିବାବେଳେ ନନ୍ ଏସି ବସ ଗୁଡ଼ିକୁ ଏଠାରୁ ରାଉରକେଲା ପଠାଇ ଦିଆଯାଇଥିବା ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ବ୍ରହ୍ମପୁରରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପର୍ଯ୍ୟନ୍ତ ପ୍ରତିଦିନ ସକାଳୁ ରାତି ୮ଟା ପର୍ଯ୍ୟନ୍ତ ଚଳାଚଳ କରୁଛି । ଅନ୍ୟପଟେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଗୋପାଳପୁର ଆଉ ମାତ୍ର ୬ କିମି ଦୂର ରହିଥିବାବେଳେ ଗୋପାଳପୁରକୁ ବସ ଗଡିଥିଲେ ଅନେକ ପର୍ଯ୍ୟଟକ ଉପକୃତ ହୋଇପାରନ୍ତେ ବୋଲି ଗୋପାଳପୁରବାସୀ ଦାବି ଜଣାଇଛନ୍ତି।

ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ପରିସରରୁ ପ୍ରତିଦିନ ସକାଳ ୬.୪୦ ମିନିଟରୁ ସନ୍ଧ୍ୟା ୭ ଟା ୧୫ ପର୍ଯ୍ୟନ୍ତ ପ୍ରାୟ ୩୦ ଥର ଯାଆସ କରୁଥିବାବେଳେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସକାଳ ୭ ଟା ୪୦ ରୁ ରାତି ୮ ଟା ୧୫ ପର୍ଯ୍ୟନ୍ତ ବସ ଚଳାଚଳର‌ ବ୍ୟବସ୍ଥା କରାଯାଇଛି। ବସ ସେବାର ଶୁଭାରମ୍ଭର‌ କିଛି ଦିନ ବ୍ରହ୍ମପୁର ସହରରେ ନନ୍ ଏସି ବସ ସହ ଏସି ବସ ଚଳାଚଳ କରୁଥିଲା। ନନ୍ ଏସି ବସରେ ଏସି ବସ ତୁଳନାରେ କମ୍ ଭଡ଼ା ମଧ୍ୟ ରହିଥିଲା। କିନ୍ତୁ ରାଉରକେଲାରେ ମୋ ବସର ଶୁଭାରମ୍ଭ ସମୟରେ ଏଠାରେ ସମସ୍ତ ନନ୍ ଏସି ବସକୁ ସେଠାକୁ ନିଆ ଯାଇଥିଲା। ଏବେ ଏଠାରେ ବ୍ରହ୍ମପୁରର ୪ ଟି ରୁଟରେ ପ୍ରାୟ ୨୦ ଖଣ୍ଡ କେବଳ ଏସି ବସ ଚଳାଚଳ କରୁଛି। ଏଣୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ କରୁଥିବା ମୋ ବସ ସେବାକୁ ଗୋପାଳପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଇଲେ ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସମେତ ଅଞ୍ଚଳବାସୀ ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି। ଆଗାମୀ ଦିନରେ ଏହା ନେଇ ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଭେଟି ଦାବି ଜଣାଯିବ ବୋଲି ଅଞ୍ଚଳବାସୀ ମତପୋଷଣ କରିଛନ୍ତି।

ଦେଖନ୍ତୁ ଭିଡିଓ; ତେଲେଙ୍ଗା ପେଣ୍ଠରେ ମୋ ବସକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ, ଫଶିଛନ୍ତି ଅନେକ 

- Advertisement -

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories