ପୋଖରୀ ନିଲାମବେଳେ ଗଣ୍ଡଗୋଳ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ପଞ୍ଚାୟତରେ ଆଜି ପୋଖରୀ ନିଲାମ କାର୍ଯ୍ୟକ୍ରମ ଚାଲିଥିବାବେଳେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଅନ୍ୟମାନେ ଏଠାରେ ଉପସ୍ଥିତ ଥିଲେ। ନିଲାମ ପ୍ରକ୍ରିୟା ଚାଲିଥିବାବେଳେ ଏହି ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଗ୍ରାମର ହିମାଂଶୁ ନାଏକ ନାମକ ଜଣେ ବ୍ୟକ୍ତି ଗଣ୍ଡଗୋଳ କରିବା ସହ ନିଲାମ କାଗଜପତ୍ରକୁ ଚିରି ଦେବା ଓ ପଞ୍ଚାୟତ ଅର୍ଥରୁ ୧୨ ହଜାର ଟଙ୍କା ଛଡ଼ାଇ ନେଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି। ଖିରେଇଟାଙ୍ଗିରୀ ସରପଞ୍ଚ ସଞ୍ଜୁଲତା ନାଏକଙ୍କ ଅଭିଯୋଗ କ୍ରମେ ତୁରୁମୁଙ୍ଗା ଥାନା ଏସଆଇ ରସାନନ୍ଦ ନାଏକ ଘଟଣାର ସତ୍ୟାସତ୍ୟ ତଦନ୍ତ କରୁଛନ୍ତି।

Comments are closed.