ଧନ ସମ୍ପତ୍ତି ବୃଦ୍ଧି ପାଇଁ ଘରେ ଲଗାନ୍ତୁ ଏହି ୫ଟି ଗଛ

ଅନେକ ଥର ଘରେ ବାସ୍ତୁ ଦୋଷ ଥିଲେ ନାନା ପ୍ରକାରର ବିଘ୍ନ ଘଟିଥାଏ । ବହୁ ଆୟ ବା ରୋଜଗାର ଥିଲେ ମଧ୍ୟ ଅଣ୍ଟେ ନାହିଁ ବା ସବୁତକ ଖର୍ଚ୍ଚ ହୋଇଯାଏ । କେତେବେଳେ ଦେହ ଖରାପ କି ଅଶାନ୍ତି ଏମିତି ଅନେକ ସମସ୍ୟ ରୁହେ । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭାରତୀୟ ସଂସ୍କୃତିରେ ଅନେକ ନିଦାନ ରହିଛି ।

ତୁଳସୀ ଗଛର ପୂଜାରେ ଘରେ ସକରାତ୍ମକ ବାତାବରଣ ସୃଷ୍ଟି କରେ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ । ସ୍ୱାସ୍ଥ୍ୟ ଭଲ ରହିଲେ ରୋଗରେ ଖର୍ଚ୍ଚ ହୁଏ ନାହିଁ । ଟଙ୍କା ବଢେ ।

ଫେଙ୍ଗ ଶୁଇରେ ମଧ୍ୟ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଁ ଅନେକ ପ୍ରକାରର ଗଛ ରହିଛି ।

ମନି ପ୍ଲାଣ୍ଟ ଗଛ ଲଗାଇଲେ ଅନେକ ସୁଫଳ ମିଳେ । ଏହାକୁ ଘରେ ଦକ୍ଷିଣ ପଶ୍ଚିମ କିମ୍ବା ଐଶାନ୍ୟ କୋଣରେ ଲଗାଇବା ଭଲ । ଏହି ଘଛର ଯତ୍ନ ନେବା ଆବଶ୍ୟକ ।

ଜେଡ୍‌ ପ୍ଲାଣ୍ଟ – ଏହା ବୈଦ୍ଧ ଧର୍ମ ସହ ଜଡିତ । ଆର୍ଥିକ ପ୍ରଗତି ଏବଂ ସୁଖ ଶାନ୍ତି ପାଇଁ ଏହା ସହାୟକ । ମାତ୍ର ଜେଡ୍‌ ପ୍ଲାଣ୍ଟ ଅଧିକ ଖରା ଆବଶ୍ୟକ କରିଥାଏ ।

ଲକି ବାମ୍ବୁ ବା ସୌଭାଗ୍ୟଦାୟୀ କ୍ଷୁଦ୍ର ବାଉଁଶ – ଏହି ସୌଭାଗ୍ୟ ଦାୟୀ ବାଉଁଶ ଗଛ ଘରେ ସୁଖ ଶାନ୍ତି ବୃଦ୍ଧି କରିଥାଏ । ଆର୍ଥିକ ପ୍ରଗତି ଆଣିଥାଏ ।

ପିସ୍‌ ଲିଲି – ଘରେ ମାଟିରେ ହୋଉଥିବ କଇଁ ବା ଲିଲି । ଏହା ଘରେ ଶାନ୍ତି ଆଣିଥାଏ । ସୁଖ ଶାନ୍ତି ବୃଦ୍ଧି କରେ ।

Comments are closed.