www.samajalive.in
Monday, December 15, 2025
24.1 C
Bhubaneswar

କଂକ୍ରିଟ ରାସ୍ତା ନିମ୍ନମାନର ଅଭିଯୋଗ, କାମ ନ ସରୁଣୁ ଫାଟିଲାଣି

ପାଟଣା: ସାହାରପଡ଼ା ବ୍ଲକ ସିଲିପଦାଠାରୁ ବାଇକଳା ପର୍ଯ୍ୟନ୍ତ ଭାୟା ଚାତରପାଣି ରାସ୍ତାର ଉନ୍ନତିକରଣ କାମ ସମ୍ପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ବିଲା ସଂରକ୍ଷିତ ଜଙ୍ଗଲ ଦେଇ ୨ ଶହ ମିଟର ରାସ୍ତା ପଡିବାରୁ ଜଙ୍ଗଲ ବିଭାଗରୁ ଜମି ଅଧିଗ୍ରହଣ ହୋଇ ନ ପାରି କାମ ଅଟକିଥିଲା। ଜମି ଅଧିଗ୍ରହଣ ପରେ ଏବେ ଜଣେ ଠିକାଦାର ଉକ୍ତ ଅସମ୍ପୂର୍ଣ୍ଣ କାମକୁ କଂକ୍ରିଟ ରାସ୍ତା କରାଉଛନ୍ତି। ମାତ୍ର କାମ ନିମ୍ନମାନର ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ନିମ୍ନାମାନର କାମ ଯୋଗୁ ରାସ୍ତାଟି ସାଙ୍ଗେ ସାଙ୍ଗେ ଫାଟି ଯାଉଛି । ଫାଟିଥିବା ସ୍ଥାନରେ ସିମେଣ୍ଟ ଗୁଣ୍ଡ ପକାଇ କରଣୀ ଘସା ଯାଇ ଫଟା ଦାଗକୁ ଲିଭାଇ ଦିଆଯାଉଛି। ଅନୁସନ୍ଧାନରୁ ଜଣାଯାଇଛି ଯେ ଠିକାଦାର ମାଟି ମିଶା ବାଲି ଓ ଧଳା ରଙ୍ଗର ଚିପ୍ସ ବ୍ୟବହାର କରୁଛନ୍ତି। କାମ ପାଖରେ ବିଭାଗୀୟ ଅଧିକାରୀ ରହୁ ନାହାନ୍ତି। ଧଳା ରଙ୍ଗର ଚିପ୍ସ ନରମ ଅଟେ। ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ବିହାରୀ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ହାର୍ଡ ଷ୍ଟୋନ ଅର୍ଥାତ କଳା ପଥର ଚିପ୍ସ ବ୍ୟବହାର କରିବା ନିୟମ ରହିଛି। ମାତ୍ର ଯେଉଁଠାରେ ଏପରି ଚିପ୍ସ ନ ମିଳିବ ସେଠାରେ ଧଳା ଚିପ୍ସ ବ୍ୟବହାର କଲେ ବି ଚଳିବ। ଉକ୍ତ ଅଞ୍ଚଳରେ ବହୁ ମାତ୍ରାରେ କଳା ପଥର ଚିପ୍ସ ମିଳୁଥିଲେ ମଧ୍ୟ ଦାମୀ ଚିପ୍ସ ବ୍ୟବହାର ନ କରି କମ ମୂଲ୍ୟର ଚିପ୍ସ ବ୍ୟବହାର କରିବା ପଛରେ କି ଉଦ୍ଦେଶ୍ୟ ରହିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ କାମକୁ ବନ୍ଦ କରି ତଦନ୍ତ କରିବା ସହିତ ପୁନର୍ବାର ଉପଯୁକ୍ତ ବାଲି ଚିପ୍ସ ଲଗାଇ କାମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories