www.samajalive.in
Saturday, December 6, 2025
16.1 C
Bhubaneswar

ହଳଦୀ, ଗୁଡ ମିଶ୍ରିତ ଭାତ

ହଳଦୀ, ଗୁଡ ଓ ଘିଅରୁ ପ୍ରସ୍ତୁତ ଭାତ ଅତ୍ୟନ୍ତ ସ୍ବାଦଯୁକ୍ତ ହୋଇଥାଏ। ଏହାସହ ଶରୀର ପାଇଁ ଲାଭଦାୟକ ହୋଇଥାଏ। ପିଲାମାନଙ୍କୁ ଏହି ଭାତ ଖାଇବାକୁ ଦେବା ଦ୍ବାରା ତାଙ୍କ ଶରୀର ସୁସ୍ଥ ରହିଥାଏ। ଏହା ଗର୍ଭବତୀ ମହିଳାମାନେ ଖାଇବା ଉଚିତ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ ସମ୍ବନ୍ଧରେ ..

ଆବଶ୍ୟକ ସାମଗ୍ରୀ :

- Advertisement -

ଚାଉଳ – ୧ କପ

ହଳଦୀ – ଆବଶ୍ୟକ ଅନୁଯାୟୀ

ଗୁଡ – ୫୦ଗ୍ରାମ

ଦେଶୀ ଘିଅ – ୪ ଚାମଚ

ପାଣି – ୨କପ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ପ୍ରେସର କୁକରରେ ପାଣି ନେଇ ଗ୍ୟାସରେ ବସାନ୍ତୁ। ତାପରେ ପାଣି ଫୁଟିଲା ପରେ ଚାଉଳକୁ ଧୋଇ ସେଥିରେ ପକାଇ ଦିଅନ୍ତୁ। ଚାଉଳ ଠିକ ପ୍ରସ୍ତୁତ ହୋଇ ପ୍ରେସରର ସିଟି ବାଜିଲେ ତାକୁ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ତାପରେ ଗ୍ୟାସରେ କଡେଇ ବସାନ୍ତୁ। କଡେଇରେ ଘିଅ ପକାଇ ଗରମ କରନ୍ତୁ। ତାପରେ ସେଥିରେ ହଳଦୀ ପକାଇ ବାସ୍ନା ହେଲା ପର୍ଯ୍ୟନ୍ତ ଭାଜନ୍ତୁ। ଗୋଟିଏ ପାତ୍ରରେ ଗୁଡ ଓ ହଳଦୀ ମିଶାଇ ଦିଅନ୍ତୁ। ଗୋଟିଏ ଥାଳୀରେ ୨-୩ଚାମଚ ଭାତ ବାହାର କରି ଦିଅନ୍ତୁ। ଭାତକୁ ଥାଳୀରେ ରଖିବା ପରେ ମଝିରେ ଗାତ କରି ଦିଅନ୍ତୁ। ଗାତ ମଝିରେ ପୂର୍ବରୁ ମିଶାଇ ରଖିଥିବା ଗୁଡ ଓ ହଳଦୀ ପକାଇ ଭାତରେ ଘୋଡାଇ ଦିଅନ୍ତୁ। ତା ଉପରେ ପୂର୍ବରୁ ପ୍ରସ୍ତୁତ କରିଥିବା ଘିଅ ଓ ହଳଦୀକୁ ଭାତ ଉପରେ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ଅଳ୍ପ ଉଷୁମ କରି ଖାଆନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories