www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ଭାରତ-ଆଫ୍‌ଗାନିସ୍ତାନ ମୁକାବିଲା

ବ୍ରିଜ୍‌ଟାଉନ୍‌ : ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସୁପର୍‌ ଏଇଟ୍‌ ପର୍ଯ୍ୟାୟରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଖେଳି ଆଜି ଭାରତ ଅଭିଯାନ ଆରମ୍ଭ କରିବ। ପ୍ରଥମ ସଂସ୍କରଣର ଚମ୍ପିଆନ୍ ଭାରତ ଲିଗ୍‌ ପର୍ଯ୍ୟାୟରେ ୪ଟିରୁ ୩ଟି ଜିତିଥିବା ବେଳେ କାନାଡା ବିପକ୍ଷ ମ୍ୟାଚ୍‌ ବାତିଲ ହୋଇଥିଲା। ପାକିସ୍ତାନକୁ କଡ଼ା ମୁକାବିଲା ପରେ ପରାସ୍ତ କରିବା ପରେ ଭାରତ ସୁପର ଏଇଟ୍‌ ଖେଳିବା ନିଶ୍ଚିତ ହୋଇ ଯାଇଥିଲା। ଅନ୍ୟପକ୍ଷରେ ଆଫ୍‌ଗାନିସ୍ତାନ ତା’ର ପ୍ରଥମ ୩ଟିମ୍ୟାଚ୍‌ ଜିତି ସୁପର ଏଇଟ୍‌ ଖେଳିବା ନିଶ୍ଚିତ କରି ସାରିଥିଲା। ନ୍ୟୁଜିଲାଣ୍ଡକୁ ଏହା ବଡ଼ ବ୍ୟବଧାନରେ ପରାସ୍ତକରି ବିଦାୟ ଦେଇଥିଲା। ତେବେ ଶେଷ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ଠାରୁ ୧୦୪ ରନ୍‌ର ବଡ଼ ବ୍ୟବଧାନରେ ଆଫ୍‌ଗାନିସ୍ତାନ ପରାସ୍ତ ହୋଇଥିଲା। ଗୁରୁବାରର ମ୍ୟାଚ୍‌ରେ ଭାରତ ଫେଭରିଟ୍‌ ଥିଲେ ହେଁ ଆଫ୍‌ଗାନିସ୍ତାନ ଏହାକୁ ଚକିତ କରିବାରେ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ଆମେରିକାର ପିଚ୍‌ ଅପେକ୍ଷା ୱେଷ୍ଟଇଣ୍ଡିଜ୍‌ର ପିଚ୍‌ ଭିନ୍ନ। ଏଠାକାର ପିଚ୍‌ ବ୍ୟାଟିଂକୁ ସୁହାଇବ ଏବଂ ସ୍ପିନର ମଧ୍ୟ ଏଥିରୁ ଫାଇଦା ପାଇେବ। ଆଫ୍‌ଗାନିସ୍ତାନ ଓ ଭାରତ ମଧ୍ୟରେ ଅଦ୍ୟାବଧି ୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯାଇଛି। ଭାରତ ୭ଟି ଜିତିଥିବା ବେ‌େ​‌ଳ ଗୋଟିଏ ମ୍ୟାଚ୍‌ ବାତିଲ ହୋଇଥିଲା। ଚଳିତବର୍ଷ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳା ଯାଇଥିଲା। ଘରୋଇ ଭାରତ ଏହାକୁ ୩-୦ରେ ଜିତି ନେଇଥିଲା। ଅଦ୍ୟାବଧି ଭାରତ ସମସ୍ତ ବିଭାଗରେ ଚମତ୍କାର ପ୍ରଦର୍ଶନ କରିଛି। ଆଫ୍‌ଗାନିସ୍ତାନ ପାଇଁ ଦୁଇ ଓପ୍‌ନର ଚମତ୍କାର ପ୍ରଦର୍ଶନ କରିଛନ୍ତି।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories