www.samajalive.in
Sunday, December 7, 2025
23.1 C
Bhubaneswar

ଆଜିଠୁ ରାଜ୍ୟରେ ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝି

ଭୁବନେଶ୍ୱର : ସବୁ କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡିଛି। ଏକ ସପ୍ତାହଧରି ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ନେତାଙ୍କ ସମେତ ରାଜ୍ୟବାସୀଙ୍କ ମନରେ ଲାଗି ରହିଥିବା ଉତ୍କଣ୍ଠାର ପରିସମାପ୍ତି ଘଟିଛି। କେନ୍ଦୁଝର ବିଧାୟକ ମୋହନ ମାଝିଙ୍କ ମୁଣ୍ଡରେ ସୁନାକଳସ ଢାଳିଛି ଦଳ। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଭାବେ ସେ ଆଜି ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପିର ବରିଷ୍ଠ ନେତା ତଥା ପାଟଣାଗଡର ବିଧାୟକ କନକବର୍ଦ୍ଧନ ସିଂହଦେଓ ଏବଂ ନିମାପଡାର ବିଧାୟିକା ପ୍ରଭାତୀ ପରିଡା ମଧ୍ୟ ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନେକ ଭିଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ମନୋନୟନ ପାଇଁ ମଙ୍ଗଳବାର ପୂର୍ବାହ୍ଣରେ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପିନ୍ଦର ଯାଦବ ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଭୁବନେଶ୍ୱରର ଏକ ତାରକା ହୋଟେଲରେ ରାଜନାଥ ଓ ଭୁପେନ୍ଦ୍ରଙ୍କ ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ ଓ ପତ୍ନୀ ତଥା ସାଂସଦ ସଙ୍ଗୀତା କୁମାର ସିଂହଦେଓ, ବିଧାୟକ ମାନସ କୁମାର ଦତ୍ତ, ବାବୁ ସିଂ ପ୍ରମୁଖ ଆଲୋଚନା କରିଥିଲେ। ବୈଠକରେ ମୋହନଙ୍କୁ ସର୍ବସମ୍ମତଭାବେ ମୁଖ୍ୟମନ୍ତ୍ରୀଭାବେ ମନୋନୀତ କରାଯାଇଥିବା ନେଇ ରାଜନାଥ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏଥିସହିତ ପ୍ରଥମଥର ବିଧାୟିକଭାବେ ନିର୍ବାଚିତ ହୋଇଥିବା ପ୍ରଭାତି ଓ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବୈଠକ ପରେ ରାଜନାଥ ସୂଚନା ଦେଇଥିଲେ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories