www.samajalive.in
Tuesday, December 9, 2025
16.1 C
Bhubaneswar

ଧନୀ ତାଲିକା: ଗୌତମ ଆଦାନୀଙ୍କୁ ପୁଣି ଟପିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏକ ନାଟକୀୟ ପରିବର୍ତ୍ତନରେ ମୁକେଶ ଅମ୍ବାନୀ ପୁଣିଥରେ ଗୌତମ ଆଦାନୀଙ୍କୁ ଅତିକ୍ରମ କରି ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଆଖ୍ୟା ପାଇଛନ୍ତି। ବ୍ଲୁମବର୍ଗ ଧନୀ ତାଲିକା ଅନୁଯାୟୀ ଅମ୍ବାନୀ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଏକାଦଶ ସ୍ଥାନରେ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ନ ପାରିବାରୁ ଗୋଟିଏ ଦିନରେ ୨ହଜାର ୫ଶହ କୋଟି ଡଲାର କ୍ଷତି ସହିଥିବା ଆଦାନୀ ୧୫ତମ ସ୍ଥାନକୁ ଖସି ଆସିଛନ୍ତି। ସମସ୍ତ ୧୦ ଆଦାନୀ ଗ୍ରୁପ୍ ଅଂଶଧନ ମୂଲ୍ୟ ହ୍ରାସ ପାଇ ମୋଟ ୪ ହଜାର ୬ଶହ କୋଟି ଡଲାର କ୍ଷତି ହୋଇଛି। ୧୮ ହଜାର ୯ଶହ କୋଟି ଡଲାର କମ୍ପାନୀର ଗୋଟିଏ ଦିନରେ ଏତେ ପରିମାଣର କ୍ଷତି ହେବା ପ୍ରଥମ ଘଟଣା। ତେବେ ଏକ ବର୍ଷ ପୂର୍ବରୁ ହିଡ଼େନବର୍ଗ ରିସର୍ଚ୍ଚର କର୍ପୋରେଟ ଦୁର୍ନୀତିର ଅଭିଯୋଗରୁ କମ୍ପାନୀ ଅଧିକ ପ୍ରଭାବିତ ହୋଇଥିଲା।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories